କ୍ଷୀର ଖିଆ ଦାନ୍ତ ପାଇଁ ନାବାଳକ କଲେ ଗିନିଜ ୱାର୍ଲ୍ଡ ରେକର୍ଡ

କ୍ଷୀର ଖିଆ ଦାନ୍ତ ପାଇଁ ନାବାଳକ କଲେ ଗିନିଜ ୱାର୍ଲ୍ଡ ରେକର୍ଡ


ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରତ୍ୟେକ ବ୍ୟକ୍ତିଙ୍କର ପିଲା ଦିନେ ନିଶ୍ଚୟ ଗୋଟେ ମୁଥ ଦାନ୍ତ ଭାଙ୍ଗିଥିବ। ପିଲାମାନଙ୍କ ଦାନ୍ତ ଭାଙ୍ଗିବା ପରେ ତାକୁ ମୂଷା ଗାତରେ ଫିଙ୍ଗା ଯାଇଥାଏ । ଆଉ କୁହାଯାଏ ଯେ, ମୂଷା କ୍ଷୀର ଦାନ୍ତ ନେଇ ବହୁତ ଗୁଡ଼ିଏ ଟଙ୍କା ଦେବ ଏବଂ ସୁନ୍ଦର ଦାନ୍ତ ଦେବ । ଏହି କାହାଣୀ ସତ କି ମିଛ ତାହା ତ ଜଣା ନାହିଁ । କିନ୍ତୁ ଜଣେ ୯ ବର୍ଷର ବାଳକ ଲୁକ୍ ବୋଲଟନଙ୍କୁ ତାଙ୍କ କ୍ଷୀରଖିଆ ଦାନ୍ତ ବିଶ୍ୱ ରେକର୍ଡରେ ସାମିଲ କରିପାରିଛନ୍ତି। ଘଟଣାଟି ଆପଣକୁ ଅଜବ ଲାଗୁଛି ନା? କିନ୍ତୁ ପୁରା ପୁରି ସତ। କାନାଡାର ପିଟରବରୋରେ ରହୁଥିବା ଲୁକ୍ ଦାନ୍ତ ହେତୁ ଏତେ କମ୍ ବୟସରେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଲମ୍ବା ଦୁଗ୍ଧ ଦାନ୍ତ ପାଇଁ ଲୁକ୍ ଏହି ରେକର୍ଡ କରୁଛନ୍ତି। ଗିନିଜ ୱାର୍ଲ୍ଡ ରେକର୍ଡ ଏକ ବ୍ଲଗ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ବ୍ଲଗ୍ କହିଛି ଯେ, ଲୁକ୍ ବୋଲଟନଙ୍କ ଦାନ୍ତକୁ ସେପ୍ଟେମ୍ବର ୨୦୧୯ରେ ଯେତେବେଳେ ତାଙ୍କୁ ୮ ବର୍ଷ ହୋଇଥିଲା ସେତେବେଳେ ବାହାର କରାଯାଇଥିଲା। ଏହାର ଲମ୍ବ ୨.୬ ସେଣ୍ଟିମିଟର ଥିଲା ।

ବ୍ଲଗ୍ ଅନୁଯାୟୀ, ଲୁକ୍ ଏହି ଦାନ୍ତକୁ ଅନ୍ୟମାନେ ଦେଖିବା ପାଇଁ ଏକ ସୋ’ କେସରେ କ୍ଷୀର ଦାନ୍ତକୁ ରଖିଥିଲେ । ଲୁକ୍ ନିକଟରେ ସୂଚନା ଦିଆଯାଇଥିଲା ଯେ, ଲମ୍ବା କ୍ଷୀର ଦାନ୍ତ ପାଇଁ ସେ ବର୍ତ୍ତମାନ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ୧୦ ବର୍ଷିୟ କାର୍ଟିସ୍ ବାଡିଙ୍କ ନାମରେ ରହିଥିଲା। ତାଙ୍କର କ୍ଷୀର ଦାନ୍ତର ଲମ୍ବ ୨.୪ ସେଣ୍ଟିମିଟର ଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: