ଭୋକିଲା କୁକୁରର ଆକ୍ସନ ଦେଖି ହସି ହସି ଘାଇଲା ଲୋକେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୋସିଆଲ ମିଡିଆରେ ଏକ କୁକୁରର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯଦି ଆପଣ ଏହି ଭିଡିଓଟି ଦେଖନ୍ତି, ତେବେ ହସି ହସି ଗଡି ଯିବେ ନିଶ୍ଚୟ। ଏହି ଭିଡିଓରେ କୁକୁର ନିଜ ଖାଦ୍ୟ ପାତ୍ରରେ ଖାଦ୍ୟ ନ ଦେଖି କ୍ରୋଧିତ ହୋଇଥିବାର ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, କୁକୁରଟି କ୍ରୋଧରେ ଜୋରରେ ଭୁକି ଭୁକି ନିଜ ମାଲିକଙ୍କୁ ଖାଦ୍ୟ ମାଗିବା ଘଟଣା ଅଶ୍ଚର୍ଯ୍ୟ କରିଛି। ଏବଂ କୁକୁରଟି ସେ ପର୍ଯ୍ୟନ୍ତ ଭୁକିଥିଲା ଯେ ପର୍ଯ୍ୟନ୍ତ ଖାଦ୍ୟ ପାତ୍ରରେ ତାକୁ ଖାଦ୍ୟ ମିଳି ନଥିଲା।


କୁକୁରଟିର ଏହି ମଜାଳିଆ ଭିଡିଓକୁ ଆଇଏଫଏସ୍ ଅଧିକାରୀ ପ୍ରବୀଣ ଆଙ୍ଗୁସାମି ଟ୍ୱିଟରରେ ପୋଷ୍ଟ କରିଛନ୍ତି, ଯାହାକୁ ବହୁ ଲୋକ ବେଶ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ କୁକୁର ତାର ଖାଲି ଖାଦ୍ୟ ପାତ୍ରକୁ ଦେଖି ଜୋରରେ ଭୁକିଥିଲା ଏବଂ ସେହି ଖାଲି ପାତ୍ରକୁ ମାଲିକଙ୍କ ଉପରକୁ ଫୋପାଡି ଦେଇଥିଲା । ଏବଂ ଅଧିକରୁ ଅଧିକ ଜୋରରେ ଭୁକିବା ଆରମ୍ଭ କରିଥିଲା। ଭିଡିଓକୁ ଦେଖି ଲାଗୁଛି ଯେପରି କୁକୁର ମାଲିକକୁ ପ୍ରତିବାଦ କରି ଖାଦ୍ୟ ମାଗୁଛି। ଭିଡିଓଟି ସେୟାର କରି ଆଇଏଫଏସ ଅଧିକାରୀ ପ୍ରବୀଣ ଆଙ୍ଗୁସାମୀ କ୍ୟାପସନରେ ଲେଖିଛନ୍ତି, ‘ଭୋକିଲା ଅନୁଭବ କରିବାର ଅଧା ସେକେଣ୍ଡ ପରେ ମୋର ପ୍ରତିକ୍ରିୟା …’ ଏହି ଭିଡିଓଟିକୁ ୫୦୦ରୁ ଅଧିକ ଥର ସେୟାର କରାଯିବା ସହିତ ବହୁ ସଂଖ୍ୟାରେ କମେଣ୍ଟ ଓ ଲାଇକ୍ ମିଳିଛି।

Leave a Reply

Your email address will not be published. Required fields are marked *