ଜୁମ୍ ଆପ୍ ରେ ଚାଲିଥିଲା ମିଟିଂ, ପଛରେ ଉଲଗ୍ନ ହୋଇ ଛିଡ଼ା ହୋଇଗଲେ ନେତାଙ୍କ ପତ୍ନୀ, ତା’ପରେ ଯାହା ହେଲା….

ଜୁମ୍ ଆପ୍ ରେ ଚାଲିଥିଲା ମିଟିଂ, ପଛରେ ଉଲଗ୍ନ ହୋଇ ଛିଡ଼ା ହୋଇଗଲେ ନେତାଙ୍କ ପତ୍ନୀ, ତା’ପରେ ଯାହା ହେଲା….


ପ୍ରିଜମ୍ ନ୍ୟୁ୍ଜ ବ୍ୟୁରୋ: କରୋନା ମହାମାରୀ ଯେବେଠୁ ବିଶ୍ୱରେ କାୟା ବିସ୍ତାର କରିବା ଆରମ୍ଭ କରିଛି ସେବେଠୁ ପିଲାଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ବିଭିନ୍ନ କର୍ପୋରେଟ ମିଟିଂ, ନେତା-ମନ୍ତ୍ରୀଙ୍କ ଆଲୋଚନାର ଗୋଟିଏ ମାଧ୍ୟମ ପାଲଟିଛି ଜୁମ୍ ଆପ୍। ତେବେ ଏହି ଜୁମ୍ ଆପରେ ହେଉଥିବା ଭର୍ଚୁଆଲ୍ ଭିଡିଓ ମିଟିଂ ସମୟରେ ଲୋକମାନେ ଅଜ୍ଞାତରେ କରୁଥିବା କିଛି ଅଜବ ହରକତର ଘଟଣା ସାମ୍ନାକୁ ଆସିଛି। ଯେପରି କିଛି ଦିନ ତଳେ ଜୁମ ଆପରେ ମିଟିଂ ହେବା ସମୟରେ ଜଣେ ଶିକ୍ଷକ ତାଙ୍କ ସ୍ତ୍ରୀକୁ କିସ୍ କରିବା ଘଟଣା ଭାଇରାଲ୍ ହୋଇଥିଲା। ଠିକ୍ ସେହିଭଳି ଏକ ଲଜ୍ୟାକର ଘଟଣା ଦକ୍ଷିଣ ଆଫ୍ରିକାରୁ ସାମ୍ନାକୁ ଆସିଛି। ଏଠାରେ କରୋନା ମହାମାରୀକୁ ନେଇ ଜୁମ୍ ଆପରେ ଏକ ମିଟିଂ ହେଉଥିବା ସମୟରେ ଜଣେ ଅଧିକାରୀଙ୍କ ପତ୍ନୀ ବିନା ପୋଷାକରେ ଅର୍ଥାତ ଉଲଗ୍ନ ହୋଇ ତାଙ୍କ ପଛରେ ଠିଆ ହୋଇଥିଲେ ଏବଂ ସେ ସବୁ କ୍ୟାମେରାରେ କଏଦ ହୋଇଯାଇଥିଲା।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ଦକ୍ଷିଣ ଆଫ୍ରିକା ପୂର୍ବ କେପରେ କରୋନା ଭାଇରସ୍ କାରଣରୁ ବଢୁଥିବା ମୃତ୍ୟୁ ସଂଖ୍ୟାକୁ ନେଇ ଆଲୋଚନା ପାଇଁ ନ୍ୟାସନାଲ ହାଉସ ଅଫ୍ ଟ୍ରାଡିସନାଲର ନେତାମାନେ ଜୁମ୍ ଆପରେ ବୈଠକ କରିଥିଲେ। ଏହି ଦଳର ଜଣେ ନେତା ଜୋଲିଲ୍ ନଡେଭୁ ମଧ୍ୟ ଅନ୍ୟ ୨୩ ଜଣ ନେତାଙ୍କ ସହ ସାମିଲ ଥିଲେ। ଯେତେବେଳେ ଜୁମ୍ ଆପ ମିଟିଂରେ ଜୋଲିଲେ ନଡେଭୁ କରୋନା ମହାମାରୀର ମୁକାବିଲା ପାଇଁ ପୂର୍ବ କେପରେ ସ୍ଥାନୀୟ ଡାକ୍ତରଙ୍କ ସହ କିପରି ନିବିଡ ଭାବରେ କାର୍ଯ୍ୟ କରୁଛନ୍ତି ସେ ବିଷୟରେ କହୁଥିଲେ। ସେହି ସମୟରେ ତାଙ୍କ ପତ୍ନୀ ବିନା ପୋଷାକରେ ପଛରୁ ଉଲଗ୍ନ ଭାବେ ଦେଖିବାକୁ ମିଳିଥିଲେ। ଜୁମ୍ ମିଟିଂରେ ଉପସ୍ଥିତ ଅନ୍ୟ ସଦସ୍ୟମାନେ ଜୋଲିଲ୍ ନେଡେଭୁଙ୍କ ପତ୍ନୀଙ୍କୁ ଏହିଭଳି ଉଲଗ୍ନ ଅବସ୍ଥାରେ ଦେଖି ହଠାତ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ସଦସ୍ୟ ଏହି ଦୃଶ୍ୟ ଦେଖିବା ପରେ ହସିବାକୁ ଲାଗିଥିଲେ। ଏବଂ ଏହା ପରେ ତୁରନ୍ତ କମିଟିର ଅଧ୍ୟକ୍ଷ ଫ୍ୟାଟ୍ ମୁଥାମ୍ବି ସେମାନଙ୍କୁ ବାଧା ଦେଇ ସଭା ସ୍ଥଗିତ ରଖିଥିଲେ। ଫ୍ୟାଟ୍ ମୁଥାମ୍ବି ନେଡେଭୁଙ୍କୁ କହିଥିଲେ, ‘ଇଙ୍କୋସି, ତୁମ ପଛରେ ଥିବା ମହିଳା ସଠିକ୍ ପୋଷାକ ପିନ୍ଧି ନାହାନ୍ତି। ଆମେ ସବୁକିଛି ଅନଲାଇନରେ ଦେଖୁଛୁ। ଦୟାକରି, ତାଙ୍କୁ କୁହ ଯେ ତୁମେ ମିଟିଂରେ ଅଛ । ଏହି ସବୁ ଜିନିଷ ଆମକୁ ବିଚଳିତ କରୁଛି।
ଅବଶ୍ୟ, ଏହାର କିଛି ସମୟ ପରେ, ଜୋଲିଲ୍ ନଡେଭୁ ନିଜ ହାତରେ ମୁହଁକୁ ଘୋଡାଇ ଲଜ୍ଜିତ ଅନୁଭବ କରିଥିଲେ। ସେ କହିଥିଲେ, – Sorry , ମୋର ଧ୍ୟାନ କ୍ୟାମେରା ଉପରେ ଥିଲା ପଛକୁ ନଥିଲା। ମୁଁ ବହୁତ ଲଜ୍ଜିତ ଅନୁଭବ କରୁଛି ବୋଲି ସେ କହିଥିଲେ। ଏହାସହ ସେ କହିଥିଲେ ଯେ, ଏହି ଜୁମ୍ ଟେକ୍ନୋଲୋଜି ଆମ ପାଇଁ ନୂଆ ଏବଂ ଆମେ ଏହାକୁ ପରିଚାଳନା କରିବା ଶିଖୁଛୁ। ସେ ଆହୁରି କହିଥିଲେ ଯେ, ଆମ ଘର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ତିଆରି ହୋଇନାହିଁ, ଯାହାଦ୍ୱାରା ଆମେ ସଭା ପାଇଁ ଗୋପନୀୟତା ବଜାୟ ରଖିପାରିବୁ। ଏହି ମିଟିଂ ରାତି ୧୦ଟା ସୁଦ୍ଧା ଶେଷ ହେବାର ଥିଲା, କାରଣ ଏହା ୭ଟାରୁ ଆରମ୍ଭ ହୋଇଥିଲା। କିନ୍ତୁ ଏହା ପରେ ମଧ୍ୟ ମିଟିଂ ଜାରି ରହିଥିଲା । ସେହି ସମୟରେ ମୋ ପତ୍ନୀ ବାର୍ଥରୁମକୁ ଚାଲିଗଲେ, ସେ ସଭା ଅବ୍ୟାହତ ରହିଛି ଏବଂ ଆପର କ୍ୟାମେରା ଚାଲିଛି ବୋଲି ଜାଣି ନଥିଲେ। ତେବେ ଏହି ଘଟଣାଟି ଏବେ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: