କୋରୋନା କାଳରେ ବଢ଼ିଛି ଖର୍ଚ୍ଚ

କୋରୋନା କାଳରେ ବଢ଼ିଛି ଖର୍ଚ୍ଚ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋଭିଡ୍ ମହାମାରୀର ପ୍ରତିକୂଳ ପ୍ରଭାବ ସତ୍ୱେ ୨୦୨୦-୨୧ ବର୍ଷରେ ରାଜ୍ୟ ସରକାର ପୂର୍ବବର୍ଷ ଠାରୁ ଅଧିକ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି। ମହାମାରୀ ସମୟରେ ଲୋକଙ୍କ ହାତକୁ ପଇସା ଦେବାପାଇଁ ଅଧିକରୁ ଅଧିକ ଅର୍ଥ ଖର୍ଚ୍ଚ ଜରୁରୀ ଥିଲା। କୋଭିଡ୍ ମହାମାରୀ ସମୟରେ କେନ୍ଦ୍ର ସରକାର କମ୍‍ ଅର୍ଥ ଯୋଗାଉଥିବାବେଳେ ସ୍ଥିତି ମୁକାବିଲା ପାଇଁ ଓଡ଼ିଶା ସରକାର ନିଜସ୍ୱ ସମ୍ବଳରୁ ଅଧିକ ଅର୍ଥ ବ୍ୟବସ୍ଥା କରିଛନ୍ତି। ୨୦୨୦-୨୧ ବର୍ଷର ସର୍ବଶେଷ ଆର୍ଥିକ ରିପୋର୍ଟ ଅନୁଯାୟୀ ଏହି ବର୍ଷ ୧,୨୬,୦୦୦ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୧,୨୫,୪୦୦ କୋଟି ଟଙ୍କା ଥିଲା। ୨୦୨୦-୨୧ ବର୍ଷର ବଜେଟରେ ଦେଢ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ଥିବାବେଳେ ଏକ ଲକ୍ଷ ୨୬ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୦-୨୧ ବର୍ଷରେ ରାଜସ୍ୱ ବ୍ୟୟ ପ୍ରାୟ ୯୮,୫୮୩ କୋଟି ଟଙ୍କା ହୋଇଥିବାବେଳେ ରାଜସ୍ୱ ବଳକା ୭୨୨୪ କୋଟି ଟଙ୍କା ରହିଛି ଯାହାକି କି ଜିଏସ୍‍ଡିପିର ୧.୪ ପ୍ରତିଶତ। ପୁଞ୍ଜି ବ୍ୟୟ କ୍ଷେତ୍ରରେ ୧୯,୨୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହାକି ଜିଏସ୍‍ଡିପିର ୩.୮ ପ୍ରତିଶତ ଏବଂ ଆର୍ଥିକ ନିଅଣ୍ଟ ପରିମାଣ ୧୨,୮୦୬ କୋଟି ଟଙ୍କା ଥିଲା ଯହାକି ଜିଏସ୍‍ଡିପିର ୨.୫ ପ୍ରତିଶତ। ଆର୍ଥିକ ବର୍ଷ ଶେଷ ସୁଦ୍ଧା ଋଣ ପରିମାଣ ୧,୦୫,୩୨୮କୋଟି ଟଙ୍କାରେ ପହଞ୍ଚିଛି ଯାହାକି ଜିସଏସ୍‍ଡିପିର ୨୦.୭ପ୍ରତିଶତ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: