ପୁଣି ଚର୍ଚ୍ଚାରେ ସୋନୁ, ଜାଣନ୍ତୁ କାହିଁକି…

ପୁଣି ଚର୍ଚ୍ଚାରେ ସୋନୁ, ଜାଣନ୍ତୁ କାହିଁକି…

ପ୍ରିଜମ ନ୍ୟୁଜ ବ୍ୟୁରୋ: କରୋନା ମହାମାରୀ ପରଠୁ ସୋନୁ ସୁଦ୍‌ ସମସ୍ତଙ୍କର ପ୍ରିୟ ହୋଇଯାଇଛନ୍ତି। ୨ ବର୍ଷ ହେବ ଲୋକଙ୍କୁ ସାହାଯ୍ୟ କରି ସେ ଲୋକମାନଙ୍କ ପାଇଁ ପାଲଟି ଯାଇଛନ୍ତି ଏକ ଉଦାହରଣ। ଏଥିପାଇଁ ଲୋକେ ତାଙ୍କୁ ରିୟଲ୍‌ ହିରୋ ବୋଲି କୁହା ଯାଉଛିି। ନିକଟରେ ସୋନୁ ପୁଣିଥରେ ତାଙ୍କ ମଣିଷପଣିଆ ଦେଖାଇ ଚର୍ଚ୍ଚା ସାଉଁଟିଛନ୍ତି। ପଞ୍ଜାବର ମୋଗା ଜଲ୍ଲାର କୋଟକପୁରା ବାଇପାସରେ ଏକ ଦୁର୍ଘଟଣାରେ ଦୁଇ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତି ଆହତ ହୋଇପଡିଥିଲେ। ସେହି ରାସ୍ତା ଦେଇ ସୋନୁ ଗଲାବେଳେ ଏହି ଦୃଶ୍ୟ ଦେଖି ନିଜକୁ ଅଟକାଇ ପାରି ନ ଥିଲେ। ସେ ସେହି ଆହତ ବ୍ୟକ୍ତିଙ୍କୁ ଉଠାଇ ନିଜ କୋଳରେ ଧରି ଦୌଡ଼ିବାରେ ଲାଗିଥିଲେ। ନିଜ ଗାଡିରେ ବସାଇ ଲୋକଟିକୁ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ସୋନୁ ନିଜର ଏହି ମହାନ୍‌ କାମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ସୋନୁଙ୍କୁ ଏ ନେଇ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

URL Slug

The last part of the URL. Read about permalinks(opens in a new tab)

VIEW POST

https://prismnews.in/ପୁଣି-ଚର୍ଚ୍ଚାରେ-ସୋନୁ-ଜାଣନ/(opens in a new tab)

Categories

Search CategoriesAutomotoBusinessEducationFoodHealthLifestyleMusicPoliticsSportTechnologyTrainingTravelUncategorizedWorldଅନ୍ତର୍ଜାତୀୟଅପରାଧକରୋନାକ୍ରିକେଟ୍କ୍ରୀଡ଼ାଜାତୀୟଦେଶ ଓ ବିଦେଶଦେଶ-ବିଦେଶପଞ୍ଚାୟତ ପଲିଟିକ୍ସ

0 Comments

Leave Your Comment

Your email address will not be published. Required fields are marked *

%d bloggers like this: