ମା’ ହେବେ ଦେବିନା

ମା’ ହେବେ ଦେବିନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଟିଭିର ଲୋକପ୍ରିୟ ଦମ୍ପତି ଗୁରୁମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଆଣିଛନ୍ତି ଖୁସି ଖବର। ଦୁହେଁ ମାତାପିତା ହେବା ନେଇ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି। ଟିଭିରେ ରାମ ସୀତାଙ୍କ ଚରିତ୍ରରେ ଅଭିନୟ କରିଥିବା ଏହି ଲୋକପ୍ରିୟ ଯୋଡ଼ି ଘରେ ଘରେ ପରିଚିତ ଅଟନ୍ତି। ଦୁହେଁ ବିବାହର ୧୧ ବର୍ଷ ପରେ ଜୁନିୟର ଚୌଧୁରୀକୁ ସ୍ବାଗତ କରିବାକୁ ଉତ୍ସୁକ ଅଛନ୍ତି।

ଉଭୟ ଏକ ଫଟୋ ସହ ଏହି ଖୁସି ଖବର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, ଆମେ ୨ରୁ ୩ ହେବାକୁ ଯାଉଛୁ, ଆମକୁ ଆଶୀର୍ବାଦ ଦିଅନ୍ତୁ। ଦୁହେଁ ଏହି ଫଟୋରେ ଖୁସି ଥିବା ନଜରକୁ ଆସିଛନ୍ତି। ଏ ନେଇ ଦମ୍ପତିଙ୍କୁ ମଧ୍ୟ ଅନେକ ଶୁଭେଚ୍ଛା ଆସିଛି। ୨୦୧୧ ଫେବୃୟାରୀରେ ଗୁରୁମିତ ଏବଂ ଦେବିନାଙ୍କ ହାତଗଣ୍ଠି ପଡିଥିଲା। ଗତବର୍ଷ ଅକ୍ଟୋବରରେ ଉଭୟ ପାରମ୍ପରିକ ବଙ୍ଗାଳୀ ରୀତିନୀତି ଅନୁସାରେ ପୁନଃ ବିବାହ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: