ପ୍ରଶାସକ ମଦନ ମୋହନ ମହାନ୍ତିଙ୍କ ପରଲୋକ

ପ୍ରଶାସକ ମଦନ ମୋହନ ମହାନ୍ତିଙ୍କ ପରଲୋକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅବସରପ୍ରାପ୍ତ ଆଇଏଏସ୍‌ ତଥା ବିଶିଷ୍ଟ ନୃତ୍ୟାଙ୍ଗନା ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କ ସ୍ବାମୀ ମଦନ ମୋହନ ମହାନ୍ତିଙ୍କର ବୁଧବାର ପରଲୋକ ହୋଇ ଯାଇଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ କରୋନା ପରବର୍ତ୍ତୀ ଜଟିଳତା ଲାଗି ଚିକିତ୍ସାଧିନ ଥିଲେ। ଜାନୁଆରୀ ୧୭ ତାରିଖରୁ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ। ପରବର୍ତ୍ତୀ କାଳରେ ବିଭିନ୍ନ ପ୍ରକାର ଶାରିରୀକ ଅସୁସ୍ଥତା ପାଇଁ ଚିକିତ୍ସିତ ହେଉଥିଲେ। ଶେଷରେ ହୃଦ୍‌ଘାତରେ ଡାକ୍ତରଖାନରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: