୩୦ହଜାର ଫୁଟ ତଳକୁ ଖସି ପଡ଼ିଲା ଚୀନର ଏକ ବିମାନ

୩୦ହଜାର ଫୁଟ ତଳକୁ ଖସି ପଡ଼ିଲା ଚୀନର ଏକ ବିମାନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଚୀନରେ ସୋମବାର ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି । ୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ହଠାତ କ୍ରାଶ ହୋଇ ଯାଇଛି । ୨ ମିନିଟ ମଧ୍ୟରେ ୩୦,୦୦୦ ଫୁଟ ତଳକୁ ଏହା ଖସି ପଡିଥିଲା । କେତେଜଣ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି ସେ ନେଇ କୌଣସି ରିପୋର୍ଟ ପ୍ରକାଶ ପାଇ ନାହିଁ । ପ୍ରାରମ୍ଭିକ ଆକଳନରେ ଅଧିକାଂଶ ଯାତ୍ରୀ ମୃତ୍ୟୁବରଣ କରିଥିବା ଆଶଙ୍କା ବ୍ୟକ୍ତ କରାଯାଇଛି।କୁନମିଙ୍ଗ ଚାଙ୍ଗସୁଇ ବିମାନ ବନ୍ଦରରୁ ଅପରାହ୍ନ ୨ଟାରୁ ବାହାରିଥିବା ବୋଇଂ ୭୩୭ ବିମାନ ୩ଟା ବେଳେ ଗୁଆଙ୍ଗଝୋଉରେ ପଂହଚିଥାନ୍ତା । ଲ୍ୟାଣ୍ଡ କରିବା ୪୩ ମିନିଟ ପୂର୍ବରୁ ଏଟିସି ସହ ବିମାନର ସମ୍ପର୍କ ଚ୍ଛିନ୍ନ ହୋଇଥିଲା । ସୂଚନାଯୋଗ୍ୟ ଏହି ମଡେଲର ବିମାନ ପୂର୍ବରୁ ଅନେକ ଥର ଦୁର୍ଘଟଣଗ୍ରସ୍ତ ହୋଇସାରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: