‘ତୁମ ଉପରୁ ହଟାଇ ପାରେନା ନଜର’, ଏମିତି କହିଲେ ଏହି ଅଭିନେତ୍ରୀ, କାହାକୁ ଜାଣନ୍ତୁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜୁଲାଇ ୨୯ରେ ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ବିଜନେସ୍ ମ୍ୟାନ ପତି ଆନନ୍ଦ ଆହୁଜାଙ୍କ ଜନ୍ମଦିନ ଥିଲା। ଏହି ଅବସରରେ ସୋନମ ସୋସିଆଲ ମିଡିଆରେ ବିଭିନ୍ନ ଫଟୋ ଓ ଭିଡିଓ ପୋଷ୍ଟ କରି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। ତେବେ ଭିଡିଓରେ ଆନନ୍ଦ ଓ ସୋନମ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି। କେତେବେଳେ ଜଣେ ଆଉ ଜଣଙ୍କୁ କିସ୍ କରୁଛନ୍ତି ତ ଆଉ କେତେବେଳେ ସୋନମ ଆନନ୍ଦଙ୍କ କେଶ ସଜେଇ ଦେଉଛନ୍ତି।


ଇନଷ୍ଟାଗ୍ରାମରେ ସୋନମ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ତୁମେ ଏତେ ଭଲ ଯେ ମୋତେ ସତ ଲାଗେନି। ନିଜ ଆଖିର ନଜର ତୁମ ଉପରୁ ହଟାଇ ପାରେନା। ମୋତେ ଦୟାଳୁ କ’ଣ ଶିଖାଇଥିବାରୁ ଅନେକ ଅନେକ ଧନ୍ୟବାଦ। ମୁଁ ସତରେ ଭାଗ୍ୟବତୀ ଯେ, ନିଜ ବନ୍ଧୁଙ୍କୁ ନିଜର ଜୀବନ ସାଥୀ ରୂପେ ପାଇଛି। ସେହିପରି ଆଉ ଏକ ପୋଷ୍ଟ କରି ସୋନମ ଲେଖିଛନ୍ତି ଯେ, ମୋ ଜୀବନର ଆଲୁଅକୁ ଜନ୍ମଦିନର ଶୁଭେଚ୍ଛା।

Leave a Reply

Your email address will not be published. Required fields are marked *