‘ରାଧେଶ୍ୟାମ’କୁ ନେଇ ଚାରିଆଡ଼େ ଚର୍ଚ୍ଚା, ପୂଜାଙ୍କ ସହ ରୋମାନ୍ସ କରିବେ ପ୍ରଭାସ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦକ୍ଷିଣ ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ’କୁ ନେଇ ଚର୍ଚ୍ଚା। ଇତିମଧ୍ୟରେ ଫିଲ୍ମର ନୂଆ ପୋଷ୍ଟର ଜାରି କରି ରିଲିଜ ତାରିଖ ଘୋଷଣା କରିଛନ୍ତି ଫିଲ୍ମ ନିର୍ମାତା। ଅଭିନେତା ପ୍ରଭାସ ମଧ୍ୟ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ଏହି ପୋଷ୍ଟର ସେୟାର କରିଛନ୍ତି। ପୂର୍ବରୁ ଜୁଲାଇ ୩୦ରେ ଫିଲ୍ମ ବିଶ୍ବ ସ୍ତରରେ ରିଲିଜ ହୋଇଥାଆନ୍ତା, ହେଲେ କୋରୋନା ଭୟ ପାଇଁ ଏହାର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଛି। ପ୍ରଭାସ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ରାଧେ ଶ୍ୟାମ’ ଫିଲ୍ମର ନୂଆ ପୋଷ୍ଟର ସେୟାର କରିଛନ୍ତି। ଏହି ନୂଆ ପୋଷ୍ଟରେ ପ୍ରଭାସଙ୍କ ଲୁକ୍ ଫ୍ୟାନ୍ସଙ୍କୁ ଦିୱାନା କରିଛି। ଏହି ପୋଷ୍ଟରେ ସେ ୟୁରୋପର ରାସ୍ତାରେ ବୁଲୁଥିବାର ନଜର ଆସୁଛନ୍ତି। ଫିଲ୍ମର ରିଲିଜ ତାରିଖ ପୋଷ୍ଟରରେ ଦିଆଯାଇଛି। ଆସନ୍ତା ବର୍ଷ ଜାନୁଆରୀ ୧୪ରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ନିର୍ମାତା। ଏହା ଏକ ବହୁଭାଷୀ ଫିଲ୍ମ, ଯାହା ହିନ୍ଦୀ ବ୍ୟତୀତ ଇଂରାଜୀ ଓ ତେଲୁଗୁ ଭାଷାରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ରାଧା କ୍ରିଷ୍ଣା କୁମାର, ଏହାର ନିର୍ମାତା ଭାମସି କ୍ରଷ୍ଣା ରେଡ୍ଡୀ, ପ୍ରମୋଦ ଉପ୍ପାଲପତି ଓ ଭୂଷଣ କୁମାର । ଏହା ହେଉଛି ପ୍ରଭାସଙ୍କ କ୍ୟାରିୟରର ୨୦ତମ ଫିଲ୍ମ, ଯେଉଁଥିରେ ତାଙ୍କ ସହ ରୋମାନ୍ସ କରିବେ ସୁନ୍ଦରୀ ଅଭିନେତ୍ରୀ ପୂଜା ହେଗଡ଼େ।

Leave a Reply

Your email address will not be published. Required fields are marked *