‘ପଠାନ୍’ ଫିଲ୍ମ ପାଇଁ ଦୀପିକା ବୁହାଉଛନ୍ତି ଝାଳ, ଆକ୍ସନ ସିନ୍ ପାଇଁ ଏମିତି କରୁଛନ୍ତି ଅଭ୍ୟାସ

‘ପଠାନ୍’ ଫିଲ୍ମ ପାଇଁ ଦୀପିକା ବୁହାଉଛନ୍ତି ଝାଳ, ଆକ୍ସନ ସିନ୍ ପାଇଁ ଏମିତି କରୁଛନ୍ତି ଅଭ୍ୟାସ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଜିକାଲି ଅଭିନେତ୍ରୀ ଦୀପିକା ପାଦୁକୋନ ନୂଆ ଫିଲ୍ମ ‘ପଠାନ’ ପାଇଁ ବ୍ୟସ୍ତ ରହୁଛନ୍ତି। ଏହି ଫିଲ୍ମରେ ଦର୍ଶକ ଶାହରୁଖ ଓ ଦୀପିକାଙ୍କୁ ଏକାଠି ଦେଖିବାକୁ ପାଇବେ। ଦୀପିକା ଏଥିରେ ଆକ୍ସନ ଭୂମିକାରେ ନଜର ଆସିବେ। ସେଥିପାଇଁ ସେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହେଉଛନ୍ତି। ଆକ୍ସନ୍ ସିନ୍ ଗୁଡ଼ିକୁ କିପରି ନିର୍ଭୁଲ ଓ ସୁଚାରୁ ରୂପେ କରିବେ, ସେନେଇ ଝାଳ ବୁହାଉଛନ୍ତି ଏହି ଅଭିନେତ୍ରୀ।

ମିଳିଥିବା ଖବର ଅନୁସାରେ, ଦୀପିକା ଅନେକ ଗୁଡ଼ିଏ ସୁଟିଂରେ ଏବେ ବ୍ୟସ୍ତ ଅଛନ୍ତି। କିନ୍ତୁ ସବୁଠାରୁ ଅଧିକ ସମୟ ସେ ଏବେ ‘ପଠାନ’କୁ ଦେଉଛନ୍ତି। ବିଭିନ୍ନ ବ୍ୟାୟାମ କରିବା ସହ ଯୋଗ ମଧ୍ୟ ସେ ରୀତିମତ ଭାବେ କରୁଛନ୍ତି। ସପ୍ତାହରେ ଏକ ଦିନ ରିଲାକ୍ସ ରହୁଥିବା ଦୀପିକା ବାକି ଛଅ ଦିନ ଯାକ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଦିନକୁ ଏକ ଘଣ୍ଟା ୱାର୍କଆଉଟ୍ କରିବା ସହ ଡାଏଟ୍ ମଧ୍ୟ କରୁଛନ୍ତି। ନିକଟରେ ସେ କୋଭିଡ୍ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି। ତେଣୁ, ସୁଟିଂକୁ ଆସିବାକୁ ହେଲେ ତାଙ୍କୁ ଭାବନାତ୍ମକ ଓ ଶାରୀରିକ ଭାବେ ମଜଭୁତ ହେବା ଜରୁରୀ ଥିଲା। ନିଜର ଫିଟନେସ୍ ଫେରାଇ ଆଣିବାକୁ ସେ ଏବେ ପୂରା ଦମରେ ଲାଗିଛନ୍ତି। ତେବେ ଦୀପିକା ଖୁବଶୀଘ୍ର ପ୍ରଭାସଙ୍କ ସହ ନାଗ ଅଶ୍ବୀନଙ୍କ ଆଗାମୀ ଫିଲ୍ମ ‘ଦ ଇଣ୍ଟର୍ଣ୍ଣ ରିମେକ୍’ରେ ନଜର ଆସିବେ। ଏହା ବ୍ୟତୀତ ‘ମହାଭାରତ’, ’83’,’ଫାଇଟର’, ଏବଂ ‘ପଠାନ’ ଭଳି ସିନେମାରେ ଅଭିନୟ କରୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: