ସିଗାରେଟ୍-ଗୁଟଖା ଖାଉଥିବା ଲୋକଙ୍କ ପାଇଁ ଅଧିକ ବ୍ୟାପିଥାଏ କରୋନା! WHO ଦେଲା ଚେତାବନୀ

ସିଗାରେଟ୍-ଗୁଟଖା ଖାଉଥିବା ଲୋକଙ୍କ ପାଇଁ ଅଧିକ ବ୍ୟାପିଥାଏ କରୋନା! WHO ଦେଲା ଚେତାବନୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗତ ଦେଢ଼ ବର୍ଷରୁ ଅଧିକ ସମୟ ହେବ ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ଭାଇରସର ଯେଉଁ ଭଳି ଆତଙ୍କ ଖେଳାଇଛି ତାହା କାହାକୁ ବା ଅଛପା। ତେବେ କରୋନା ସଂକ୍ରମଣକୁ ନେଇ ନିକଟରେ ଆଉ ଏକ ଗୁରୁତ୍ୱପର୍ଣ୍ଣ ତଥ୍ୟ ପଦାକୁ ଆସିଛି। ଯେଉଁମାନେ ସିଗାରେଟ୍ ଟାଣନ୍ତି ଏବଂ ଗୁଟଖା ଖାଆନ୍ତି, ସେମାନେ ଅଧିକ ସତର୍କ ହେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏକ ରିପୋର୍ଟରୁ ଜଣା ପଡ଼ିଛି ଯେ ସିଗାରେଟ ଏବଂ ଗୁଟଖା ଖାଉଥିବା ଲୋକଙ୍କ କ୍ଷେତ୍ରରେ କରୋନା ଭାଇରସ ବିସ୍ତାର ହେବାର ସର୍ବାଧିକ ବିପଦ ରହିଛି।
ଯେଉଁମାନେ ଗୁଟଖା-ସିଗାରେଟ୍ ଖାଉଛନ୍ତି, ସେମାନଙ୍କ ବ୍ୟତୀତ ଖଇନି ଖାଉଥିବା ଲୋକମାନେ ମଧ୍ୟ ସତର୍କ ରହିବା ଆବଶ୍ୟକ। ଖଇନି ଖାଉଥିବା ଲୋକମାନେ ସହଜରେ ଅନେକ ଅଣ ସଂକ୍ରାମକ ରୋଗର ଶିକାର ହୋଇଥାନ୍ତି। ଖଇନି ଏବଂ ଗୁଟଖା ଖାଉଥିବା ଲୋକଙ୍କ ନିକଟରେ ରହୁଥିବା ଲୋକମାନେ ମଧ୍ୟ ବହୁତ ବିପଦରେ ପଡିପାରନ୍ତି। WHO ପକ୍ଷରୁ ଚେତାବନୀ ଦେଇ କୁହାଯାଇଛି ଯେ ତମାଖୁ ଦ୍ୱାରା ଦୁର୍ବଳ ହୋଇଥିବା ଫୁସଫୁସରେ କରୋନା ସଂକ୍ରମଣ ଅତି ଶୀଘ୍ର ବ୍ୟାପିଥାଏ। କେଜିଏମୟୁ (KGMU) ମେଡିସିନ୍ ବିଭାଗର ପ୍ରଫେସର କହିଛନ୍ତି ଯେ କୌଣସି ରୂପରେ ତମାଖୁ ସେବନ କରିବା ଅତ୍ୟନ୍ତ କ୍ଷତିକାରକ। ଯେଉଁମାନେ ତମାଖୁ ବ୍ୟବହାର କରନ୍ତି ସେମାନେ କେବଳ ନିଜର କ୍ଷତି କରନ୍ତି ନାହିଁ, ବରଂ ସେମାନଙ୍କ ଆଖପାଖର ଲୋକମାନଙ୍କ ପାଇଁ ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା ଡାକନ୍ତି। ସେ କହିଛନ୍ତି ଯେ କରୋନା ଫୁସଫୁସକୁ ପ୍ରଭାବିତ କରିଥାଏ। ତେଣୁ, ଯେଉଁମାନେ ସିଗାରେଟ୍, ହୁକା ଭଳି ଜିନିଷ ବ୍ୟବହାର କରନ୍ତି ସେମାନଙ୍କ ପାଇଁ ଏହା ଅଧିକ କ୍ଷତିକାରକ ହୋଇଥାଏ।
ଯେତେବେଳେ ଜଣେ ବ୍ୟକ୍ତି ତମାଖୁ ଖାଆନ୍ତି, ତାଙ୍କ ହାତ, ପାଟିକୁ ସିଧା ସ୍ପର୍ଶ କରିଥାଏ। ତେଣୁ କରୋନା ବିସ୍ତାର କରିବାର ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ । କରୋନା ଜୀବାଣୁ ସିଧାସଳଖ ହାତରୁ ପାଟି ପର୍ଯ୍ୟନ୍ତ ପହଞ୍ଚେ। ଏଥି ସହିତ, ତମାଖୁ ଚୋବାଇବା ସମୟରେ ପାଟିରେ ଅତିରିକ୍ତ ଲାଳ ସୃଷ୍ଟି ହୁଏ। ଏହି ସମୟରେ ଯେତେବେଳେ ଜଣେ ବ୍ୟକ୍ତି ଛେପ ପକାଏ, ଏହି ଲାଳ ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ। ଯାହାଦ୍ଵାରା ସଂକ୍ରମଣ ଅନ୍ୟମାନଙ୍କ ନିକଟରେ ପହଞ୍ଚିଥାଏ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: