ଦୁନିଆର ସବୁଠୁ ଛୋଟ ନଦୀ, ମାତ୍ର କେତେ ମିଟର ପରେ ସରିଯାଏ ନଦୀ

ଦୁନିଆର ସବୁଠୁ ଛୋଟ ନଦୀ, ମାତ୍ର କେତେ ମିଟର ପରେ ସରିଯାଏ ନଦୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆର ସବୁ ଜିନିଷର ବଡ଼ ସାନ ରହିଥାଏ। ସେମିତି ଦୁନିଆର ସବୁଠୁ ବଡ଼ ନଦୀ ହେଉଛି ନୀଳ ନଦୀ କିନ୍ତୁ ଆପଣ ଦୁନିଆର ସବୁଠାରୁ ଛୋଟ ନଦୀ ବିଷୟରେ ହୁଏତ ଜାଣି ନଥିବେ। ଏହି ନଦୀର ଦୈର୍ଘ୍ୟ ଏତେ କ୍ଷୁଦ୍ର ଯେ ଏହାକୁ ଦେଖିଲେ କେବେ ନଦୀ କହିବେନି। ତେବେ ଆମେରିକାରେ ପ୍ରବାହିତ ଏହି ନଦୀ ବିଷୟରେ କେତେକ ଆଶ୍ଚର୍ଯ୍ୟଜନକ କଥା ଆଜି ଆମେ ଆପଣଙ୍କୁ ଜଣାଉଛୁ।
ଏହି ନଦୀ ଅତି ବେଶିରେ ୪-୫ ଘର ପର୍ଯ୍ୟନ୍ତ ପ୍ରବାହିତ ହୋଇଥାଏ। ଏହାର ଲମ୍ବ କେତେ ଆପଣ ଅନୁମାନ କରିପାରୁଥିବେ। ଆପଣ ଭାବୁଥିବେ ନଦୀ ଏତେ ଛୋଟ ହୋଇପାରେ କି? ହଁ ନିଶ୍ଚୟ ହୋଇପାରେ। ଏହି ନଦୀର ଲମ୍ବ କାହାକୁ ବି ବିସ୍ମିତ କରି ପାରେ।
ନଦୀଟିର ନାମ ହେଉଛି ରୋ ନଦୀ। ଏହା ଆମେରିକାର ମୋଣ୍ଟାନାରେ ପ୍ରବାହିତ ହୁଏ, କିଛି ମିଟର ପରେ ଏହା ମିସୁରୀ ନଦୀରେ ମିଶିଥାଏ। ଦୁନିଆର ଏହି କ୍ଷୁଦ୍ର ନଦୀର ଦୈର୍ଘ୍ୟ ମାତ୍ର ୨୦୧ ଫୁଟ ଅର୍ଥାତ୍ ୬୧ ମିଟର। ଏହା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଦୁନିଆର ସବୁଠାରୁ ଛୋଟ ନଦୀର ମାନ୍ୟତା ମଧ୍ୟ ପାଇଛି। ରୋ ନଦୀ ଗଭୀରତା ୬-୮ ଫୁଟ। ଏହାପୂର୍ବରୁ, ଓରେଗନରେ ପ୍ରବାହିତ ଡି ନଦୀକୁ ପୃଥିବୀର ସବୁଠାରୁ କ୍ଷୁଦ୍ର ନଦୀ ଭାବରେ ବିବେଚନା କରାଯାଉଥିଲା ଏହାର ଲମ୍ବ ୧୩୦ ମିଟର ଅର୍ଥାତ୍ ୪୪୦ ଫୁଟ ଥିଲା। ରୋ ନଦୀକୁ ଏକ ନଦୀ ଭାବରେ ବିବେଚନା କରିବାର ପ୍ରମୁଖ କାରଣ ହେଉଛି ଏହାର ବଡ଼ ଆକାର, ପ୍ରଶସ୍ତ ସ୍ଥାନ ଏବଂ ଗଭୀରତା। ଏହି ନଦୀ କିଛି ସମୟ ପ୍ରବାହିତ ହେବା ପରେ ମିସୁରୀ ନଦୀରେ ମିଶି ଗ୍ରେଟ୍ ସ୍ପ୍ରିଙ୍ଗସ୍ ଷ୍ଟେଟ୍ ପାର୍କରେ ଗ୍ରେଟ୍ ଫଲ୍ସର ରୂପ ନେଇଥାଏ। କିନ୍ତୁ ମିସୁରୀ ନଦୀରେ ଯୋଗଦେବା ପୂର୍ବରୁ ଏହା ମଧ୍ୟ ସମାନ୍ତରାଳ ଭାବରେ ପ୍ରବାହିତ ହୁଏ। ଏବେ ପ୍ରଶ୍ନ ହେଉଛି ଏହି ଛୋଟ ନଦୀର ଜଳର ଉତ୍ସ କ’ଣ? ପାଣି କେଉଁଠୁ ଆସେ? ବାସ୍ତବରେ ଏହା ମାଟି ତଳେ ପ୍ରବାହିତ ହୁଏ। ଏବଂ ଏଠାରେ ବାହାରକୁ ଆସେ। କୁହାଯାଏ ଯେ ଯେତେବେଳେ ଏହା ଭୂମି ତଳେ ପ୍ରବାହିତ ହୁଏ, ସେତେବେଳେ ଏହା ବହୁତ ଜଳ ବହନ କରିଥାଏ। ଲୋକମାନେ ଏହାର ଜଳକୁ ଗ୍ରୀଷ୍ମ ଋତରେରେ ଥଣ୍ଡା ଏବଂ ଥଣ୍ଡା ଦିନରେ ଗରମ ପାଇଥାନ୍ତି। ତେବେ ଭାରତର କ୍ଷୁଦ୍ର ନଦୀ ହେଉଛି ଅରଭାରୀ, ଏହି ନଦୀ ରାଜସ୍ଥାନରେ ପ୍ରବାହିତ ହେଉଛି। ଏହାର ଲମ୍ବ ୯୦ କିଲୋମିଟର।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: