୪ୱିକେଟରେ ମୁମ୍ବାଇ ପରାସ୍ତ

୪ୱିକେଟରେ ମୁମ୍ବାଇ ପରାସ୍ତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସ ପରାସ୍ତ କରିଛି । ଏହି ମ୍ୟାଚରେ ଅକ୍ଷର ପଟେଲ(୩୮) ଓ ଲଳିତ ଯାଦବ (୪୮) ବିସ୍ଫୋରକ ବ୍ୟାଟିଂ କରି ମୁମ୍ବାଇ ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଶାନ କିଶାନଙ୍କ ୮୧ ରନ ସହାୟତାରେ ୧୭୮ ରନ କରିଥିଲା। ୧୭୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୧୩.୨ ଓଭରରେ ଦଳ ୬ ୱିକେଟ ହରାଇ ୧୦୪ ରନ କରିଥିଲା । ଏହା ପରେ ଅକ୍ଷର-ଲଳିତ ମ୍ୟାଚର ଗତିପଥକୁ ବଦଳାଇ ଦେଇଥିଲେ । ମୁମ୍ବାଇ ଏଥର ପରାଜୟ ସହ ଆଇପିଏଲ ଅଭିଯାନ ଆରମ୍ଭ କରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: