କ୍ରାଇମବ୍ରାଞ୍ଚ ଜେରା ବେଳେ କାନ୍ଦି ପକେଇଲେ ଶିଳ୍ପା ଶେଟ୍ଟୀ

କ୍ରାଇମବ୍ରାଞ୍ଚ ଜେରା ବେଳେ କାନ୍ଦି ପକେଇଲେ ଶିଳ୍ପା ଶେଟ୍ଟୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅଶ୍ଳୀଳ ଫିଲ୍ମ ମାମଲାରେ ରାଜ କୁନ୍ଦ୍ରା ଗିରଫ ହେବା ପରେ କ୍ରାଇମ ବ୍ରାଞ୍ଚ ଟିମ୍ ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ ବଙ୍ଗଳା ଉପରେ ଚଢ଼ାଉ କରିଥିଲା। ଏହା ସହିତ କ୍ରାଇମ ବ୍ରାଞ୍ଚ ଏହି ମାମଲାରେ ଶିଳ୍ପା ଶେଟ୍ଟୀଙ୍କୁ ପଚରା ଉଚରା କରିବା ସହ ବୟାନ ରେକର୍ଡ କରିଛି। ଏହି ପଚରାଉଚରା ବେଳେ ଶିଳ୍ପା ଅନେକ ଥର କାନ୍ଦି ପକାଇଥିଲେ ବୋଲି ଜଣା ପଡ଼ିଛି।
ସୂତ୍ର ଅନୁଯାୟୀ, ଶିଳ୍ପା ଶେଟ୍ଟୀ ପଚରାଉଚରା ସମୟରେ ୩ ରୁ ୪ ଥର କାନ୍ଦି ପକାଇଛନ୍ତି। ଏହି ସମୟରେ ଶିଳ୍ପା ଶେଟ୍ଟୀ କ୍ରାଇମ ବ୍ରାଞ୍ଚ ଅଧିକାରୀମାନଙ୍କୁ ମଧ୍ୟ ପଚାରିଥିଲେ ଯେ ଆପଣ କୁହନ୍ତୁ ରାଜ କୁନ୍ଦ୍ରା ଏପରି କାମ କରିଛନ୍ତି କି?
ଏହାସହ ଶିଳ୍ପା କହିଥିଲେ ଯେ ଏହି ଘଟଣା ପାଇଁ ତାଙ୍କ ଇମେଜକୁ ବହୁତ ବଡ ଧକା ଲାଗିଛି। ଅନେକ ବ୍ରାଣ୍ଡ ଏବଂ ଚୁକ୍ତିନାମା ମଧ୍ୟ ତାଙ୍କ ହାତରୁ ଚାଲିଯାଇଛି। ଏହି ପଚରାଉଚରା ବେଳେ କ୍ରାଇମ ବ୍ରାଞ୍ଚ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ର ସେୟାରହୋଲ୍ଡକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲା। ଏଥିପାଇଁ ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କୁ ୨ ରୁ ୩ ଥର ମୁହାଁମୁହିଁ ବସି ପଚରାଉଚରା କରାଯାଇଥିଲା।

ଶିଳ୍ପାଙ୍କୁ ପଚରା ଯାଇଥିଲା ଏସବୁ ପ୍ରଶ୍ନ:-
-ଆପଣ ହଟସଟ୍ ବିଷୟରେ ଜାଣନ୍ତି କି, ଏହାକୁ କିଏ ଚଳାଉଛି?
-Hotshot ର ଭିଡିଓ ବିଷୟବସ୍ତୁ ବିଷୟରେ ଆପଣ କ’ଣ ଜାଣନ୍ତି?
-ଆପଣ କେବେ ହଟସଟ୍ କାର୍ଯ୍ୟରେ ଜଡିତ ଅଛନ୍ତି କି?
-ଆପଣ କେବେ ପ୍ରଦିପ ବକ୍ସି (ରାଜ କୁନ୍ଦ୍ରାଙ୍କ ଭିଣୋଇ) ଙ୍କ ସହ ହଟସଟ ବିଷୟରେ କଥାବାର୍ତ୍ତା କରିଛନ୍ତି କି?

  • ୨୦୨୦ରେ ଆପଣ ଭିଆନ୍ କମ୍ପାନୀରୁ କାହିଁକି ବାହାରିଗଲେ, ଯେତେବେଳେ କି ଆପଣଙ୍କର କମ୍ପାନୀରେ ବହୁତ ଛୋଟ ଅଂଶ ଥିଲା?
  • ଭିଆନ୍ ଏବଂ କାମେରନ୍ ମଧ୍ୟରେ ଥିବା ଟଙ୍କା କାରବାର ବିଷୟରେ ଆପଣ ଜାଣନ୍ତି କି?
    -ଲଣ୍ଡନକୁ ପର୍ଣ୍ଣ ଭିଡିଓ ପଠାଇବା କିମ୍ବା ଅପଲୋଡ୍ କରିବା ପାଇଁ ଭିଆନ୍ ଅଫିସ୍ ଅନେକ ଥର ବ୍ୟବହୃତ ହୋଇଛି। ଆପଣ ଏହା ବିଷୟରେ ଜାଣିଛନ୍ତି କି?
  • କଣ ଆପଣ ରାଜ କୁନ୍ଦ୍ରାଙ୍କ ସମସ୍ତ କାର୍ଯ୍ୟ ବିଷୟରେ ଜାଣିଛନ୍ତି (ସେ କେଉଁ କାମ କରନ୍ତି, ତାଙ୍କ ବ୍ୟବସାୟ)?

0 Comments

Leave Your Comment

Your email address will not be published. Required fields are marked *

%d bloggers like this: