ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର

ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବା ବେଳେ ଖସି ପଳାଇବାକୁ ଉଦ୍ୟମ କଲାବେଳେ ଗ୍ୟାଙ୍ଗଷ୍ଟାର ହାଇଦରକୁ ଏନକାଉଣ୍ଟର। ଦୌଡ଼ି ପଳାଉଥିବା ବେଳେ ଜଣେ ପୋଲିସ ସବ ଇନ୍ସପେକ୍ଟର ହାଇଦର ଉପରକୁ ଗୁଳି କରିଥିଲେ। ଗୁଳିମାଡ ପରେ ଆହତ ହାଇଦରକୁ ବାଲେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତ ଏପ୍ରିଲ ମାସରେ କଟକ ଏସସିବିରୁ ଫେରାର ହୋଇଯାଇଥିଲା ହାଇଦର । ଚିକିତ୍ସା ହେବାକୁ ଆସି ପୋଲିସକୁ ଚକମା ଦେଇ ଫେରାର ହୋଇ ଯାଇଥିଲା ହାଇଦର । ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯିବା ପରେ ତାକୁ ଧରିବାକୁ ଜୋରଦାର କସରତ କରିଥିଲା ପୋଲିସ । ଆଉ ହାଇଦର ଫେରାର ହେବା ଘଟଣାକୁ ନେଇ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହାପରେ ହାଇଦର ଧରା ପଡ଼ିଥିଲା। ଆଉ ଶନିବାର ତାକୁ ଏନକାଉଣ୍ଟର କରାଯାଇଛି। ତେବେ ତାକୁ ଏନକାଉଣ୍ଟର ହେବା ପରେ ପୁଣି ଥରେ ପୋଲିସ ଉପରକୁ ଅଙ୍ଗୁଳି ଉଠିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: