‘ସିଲିଣ୍ଡର ଗାର୍ଲ’, ଘର ଘର ବୁଲି ମାଗଣାରେ ଯୋଗାଉଛନ୍ତି ଅମ୍ଳଜାନ ସିଲିଣ୍ଡର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆମ ଦେଶରେ ଦେଖା ଯାଇଥିବା କରୋନା ଭାଇରସର ଦ୍ଵିତୀୟ ଲହର ଦେଶବାସୀଙ୍କ ପାଇଁ ଅନେକ ଆହ୍ବାନ ସୃଷ୍ଟି କରିଛି। ଅମ୍ଳଜାନ ସିଲିଣ୍ଡରରୁ କରୋନା ମେଡିସିନ୍ ଏବଂ ଇଞ୍ଜେକ୍ସନ୍ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରିବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି। ଏପରି କି ରୋଗୀମାନେ ଡାକ୍ତରଖାନାରେ ଜାଗା ଟିକିଏ ପାଉନାହାନ୍ତି ।  ଅନେକ ଲୋକ ଅମ୍ଳଜାନ ଅଭାବରୁ ମରୁଛନ୍ତି । ଏହି ସମୟରେ ଶାହାଜାହାନପୁରର ଜଣେ ଝିଅ ‘ସିଲିଣ୍ଡର ଗାର୍ଲ’ ଭାବରେ ଚର୍ଚ୍ଚାରେ ରହିଛନ୍ତି।

  ପିତାଙ୍କୁ ଅମ୍ଳଜାନ ଯୋଗାଇ ଦେବାକୁ ସେ ବ୍ୟକ୍ତିଗତ ଉଦ୍ୟମ କରିଥିଲେ । କେବଳ ନିଜ ପିତାଙ୍କ ପାଇଁ ଅମ୍ଳଜାନ ଯୋଗାଡ କରିପାରିଥିଲେ ତାହା ନୁହେଁ, ବର୍ତ୍ତମାନ ସେ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଏକ ବଡ଼ ସହଯୋଗର ହାତ ବଢ଼ାଇଛନ୍ତି । ତାଙ୍କୁ ‘ସିଲିଣ୍ଡର ୱାଲି ବେଟିୟା’ ନାମରେ ଜାଣୁଛନ୍ତି ଲୋକମାନେ। ବର୍ତ୍ତମାନର କରୋନା ସଙ୍କଟରୁ ଦେଶକୁ ରକ୍ଷା କରିବା ସହ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସାରା ଦେଶରେ ଅନେକ ଲୋକ ଆଗକୁ ଆସିଛନ୍ତି । ଯେଉଁମାନେ ବିନାସ୍ୱାର୍ଥରେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ସେହିଭଳି ଶାହାଜାହାନପୁର ଜିଲ୍ଲାର ୨୬ ବର୍ଷିୟ ଯୁବତୀ ଅର୍ଶୀ ନିଜ ସ୍କୁଟିରେ ଅମ୍ଳଜାନ ସିଲିଣ୍ଡର ନେଇ କୋଭିଡ ୧୯ ରୋଗୀଙ୍କ ଘରେ ଘରେ ପହଞ୍ଚାଉଛନ୍ତି।

ଶାହାଜାହାନପୁର ସହରର ମଦର ଖେଲ ଅଞ୍ଚଳରେ ରହୁଥିବା ଅର୍ଶୀଙ୍କ ପିତା ମସହୁରୁଙ୍କର ରମଜାନର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ଏବଂ ସେ ପରେ କୋଭିଡରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ତାଙ୍କ ପାଇଁ ଅମ୍ଳଜାନର ବ୍ୟବସ୍ଥା କରିବାକୁ ଡାକ୍ତର କହିଥିଲେ, ଏହା ପରେ ଅର୍ଶୀ ଜଣେ ଅଧିକାରୀଙ୍କ ନିକଟକୁ ଯାଇଥିଲେ। ତେବେ ହୋମ୍ ଆଇସୋଲେସନରେ ରହୁଥିବା ରୋଗୀମାନେ ଅମ୍ଳଜାନ ଦିଆଯିବ ନାହିଁ ବୋଲି କହି ସେ ମନା କରିଦେଇଥିଲେ । ଏବଂ ରୋଗୀଙ୍କୁ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଥିଲେ।

ଅର୍ଶୀ ପିଟିଆଇ ‘ଭାଷା’କୁ କହିଛନ୍ତି ଯେ, ସେ ଗୋଟିଏ ହ୍ୱାଟସ୍ ଆପ୍ ଗ୍ରୁପର ସଦସ୍ୟ ଅଛନ୍ତି, ଯେଉଁଥିରେ ସେ ଅମ୍ଳଜାନ ପାଇଁ ଏକ ମେସେଜ ପଠାଇଥିଲେ। ତା’ପରେ ଏକ ଉତ୍ତରାଖଣ୍ଡ ଏନଜିଓ ତାଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦେଇଥିଲା ଏବଂ ତାଙ୍କ ପିତା ଆରୋଗ୍ୟ ହୋଇଥିଲେ। ଅର୍ଶୀ ଅମ୍ଳଜାନ ସିଲିଣ୍ଡରର ସମସ୍ୟାକୁ ଅତି ନିକଟରୁ ଅନୁଭବ କଲେ ଏବଂ ସେ ସ୍ଥିର କଲେ ଯେ, ସେ କରୋନା ସଂକ୍ରମିତ ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ଦେବେ । ଏହା ପରେ ଅର୍ଶୀ ତାଙ୍କୁ ସାହାଯ୍ୟ କରିଥିଲେ । ଯିଏ ତାଙ୍କ ଗ୍ରୁପ୍ ଏବଂ ଫୋନରେ ଅମ୍ଳଜାନ ଆବଶ୍ୟକ କରନ୍ତି। କରୋନା ଭାଇରସରେ କାଳରେ ଅମ୍ଳଜାନ କଳା ବଜାରି ଦ୍ୱାରା ଲୋକମାନେ ଅସୁବିଧାରେ ପଡିଥିବା ବେଳେ ଅର୍ଶୀ ସମସ୍ତଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ମାଗଣାରେ ଯୋଗାଉଛନ୍ତି। ଏଥିପାଇଁ ସେମାନେ ଦୁଇଟି ଖାଲି ସିଲିଣ୍ଡର ବ୍ୟବସ୍ଥା କରିଛନ୍ତି ଏବଂ ସେମାନଙ୍କୁ ଶାହାବାଦ, ହାର୍ଡୋଇ ଏବଂ ଉତ୍ତରାଖଣ୍ଡରୁ ରିଫିଲ କରି ଲୋକଙ୍କ ଘରକୁ ପଠାଇ ଦେଇଛନ୍ତି। ଅର୍ଶୀ ପ୍ରାୟ ୨୦ଟି ଅମ୍ଳଜାନ ସିଲିଣ୍ଡର ବିଭିନ୍ନ ରୋଗୀଙ୍କ ଘରେ ପହଞ୍ଚାଇ ସାରିଛନ୍ତି । ତାଙ୍କର ଦୁଇ ଭାଇ ଏବଂ ଗୋଷ୍ଠୀ ସହ ଜଡିତ ଲୋକମାନେ ଏହି କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *