ସିଂହ ସାମ୍ନାରେ ପଡ଼ିଥିଲେ ଯୁବକ; ଜୀବନ ବିକଳରେ ଦୌଡ଼ିଲେ ତା ପରେ…

ସିଂହ ସାମ୍ନାରେ ପଡ଼ିଥିଲେ ଯୁବକ; ଜୀବନ ବିକଳରେ ଦୌଡ଼ିଲେ ତା ପରେ…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଜଙ୍ଗଲରେ ବୁଲିବାକୁ ଯାଉଥିବା ଜଣେ ଯୁବକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଏବେ ବେଶ୍ ଭାଇରାଲ ହେବାର ଲାଗିଛି । ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ଜଣେ ଯୁବକ ଜୀବନ ବିକଳରେ ଦୌଡୁଛନ୍ତି ଏବଂ ଯୁବକଙ୍କୁ ଆକ୍ରମଣ କରିବାକୁ ଏକ ହିଂସ୍ର ସିଂହ ଯୁବକଙ୍କ ପଛରେ ପଡ଼ିଛି । ଯୁବକ ଜଣଙ୍କ ପ୍ରାଣ ବିକଳରେ ଦୌଡ଼ିବା ସହ ସମ୍ପୁର୍ଣ୍ଣ ଘଟଣା ଭିଡିଓ ରେକର୍ଡ ମଧ୍ୟ କରୁଛନ୍ତି ।

ଭାଇରାଲ ଭିଡିଓରେ ଦେଖାଉଥିବା ଏହି ଜଙ୍ଗଲ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ଉତହା ରାଜ୍ୟରେ । ଏଠାରେ ସଲ୍ଟ ଲେକ୍ ସିଟିର ଜଣେ ଯୁବକ ବୁଲା ବୁଲି କରିବାକୁ ଜଙ୍ଗଲକୁ ଯାଇଥିଲେ ଏବଂ ସେଠାରେ ଏକ ସିଂହ ସହ ତାଙ୍କର ସାମ୍ନାସାମ୍ନି ହୋଇଥିଲା ।

ଜୀବନ ବିକଳରେ ଯୁବକ ଜଣଙ୍କ ପାଞ୍ଚ କିଲୋମିଟର ଦୌଡ଼ିବା ପରେ ସୁରକ୍ଷିତ ସ୍ଥାନରେ ପହଞ୍ଚିବାରୁ ସେ ନିଜ ଜୀବନ ଫେରିପାଇଥିଲେ ଏବଂ ସିଂହଟି ମଧ୍ୟ ଜଙ୍ଗଲ ମଧ୍ୟକୁ ଫେରିଯାଇଥିଲା ।

ଏହି ଭୟାନକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: