ନାମ ବିହୀନ ରେଳ ଷ୍ଟେସନ, ଯାତ୍ରୀ କେମିତି ଜାଣନ୍ତି ଠିକଣା ପଢନ୍ତୁ…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭାରତୀୟ ରେଳ ସମଗ୍ର ବିଶ୍ୱରେ ପରିଚିତ। ଏହା ଏସିଆର ଦ୍ୱିତୀୟ ବୃହତ୍ତମ ରେଳ ନେଟୱାର୍କ । ଆମ ଦେଶରେ ୮ ହଜାରରୁ ଅଧିକ ରେଳ ଷ୍ଟେସନ ଅଛି । କେତେକ ରେଳ ଷ୍ଟେସନ ନାମ ଏତେ ମଜାଳିଆ ଯେ, ଯେ କୌଣସି ଲୋକ ଶୁଣୁ ଶୁଣୁ ହସିବ ନିଶ୍ଚୟ । ଏଭଳି ଅନେକ ଷ୍ଟେସନ୍ ଅଛି, ଯାହାକି କୌଣସି ନା କୌଣସି କାରଣରୁ ଆଲୋଚନାର ବିଷୟ ପାଲଟି ଥାଏ। ଆପଣ ଜାଣନ୍ତି କି ଭାରତରେ ଏକ ରେଳ ଷ୍ଟେସନ ଅଛି । ଯାହାର କୌଣସି ନାମ ନାହିଁ। ଏହି ଷ୍ଟେସନକୁ ଏକ ନାମହୀନ ଷ୍ଟେସନ୍ କୁହାଯାଏ ।

ବାସ୍ତବରେ ନାମହୀନ ରେଳ ଷ୍ଟେସନ ପଶ୍ଚିମବଙ୍ଗର ଆଦ୍ରା ରେଳ ବିଭାଗରେ ପଡେ। ବାଙ୍କୁରା-ମାସାଗ୍ରାମ ରେଳ ଲାଇନରେ ଅବସ୍ଥିତ ଏହି ଷ୍ଟେସନ ଦୁଇଟି ଗାଁ ରାଇନା ଏବଂ ରାଇନା ଗଡ ମଧ୍ୟରେ ଅବସ୍ଥିତ। ଯଦିଓ ପ୍ରଥମେ ଏହି ଷ୍ଟେସନର ନାମ ରାଇନାଗଡ ନାମରେ ଜଣାଶୁଣା ଥିଲା, ପରେ ରାଇନା ଗାଁର ଲୋକମାନେ ଏହାକୁ ବିରୋଧ କରି ଷ୍ଟେସନକୁ ସେମାନଙ୍କ ଗାଁର ନାମକରଣ କରିବାକୁ ଦାବି କରିଥିଲେ । ତା’ପରେ ନାମକୁ ନେଇ ଉଭୟ ଗାଁର ଲୋକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ମାମଲା ବର୍ତ୍ତମାନ ରେଳ ବୋର୍ଡର ନଜରକୁ ଆସିବା ପରେ ବିବାଦର ସମାଧାନ ପାଇଁ ରେଳ ବୋର୍ଡ ଷ୍ଟେସନ ସାଇନବୋର୍ଡରୁ ଷ୍ଟେସନର ନାମ ହଟାଇ ଦେଇଛି। ଯେଉଁଥିପାଇଁ ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ନାମ ନଥିବାରୁ ଯାତ୍ରୀମାନଙ୍କୁ ଅନ୍ୟ ଲୋକଙ୍କଠାରୁ ଷ୍ଟେସନ ବିଷୟରେ ଜାଣିବାକୁ ପଡ଼ିଥାଏ। ତେବେ ରେଳ ଷ୍ଟେସନର ପୁରୁଣା ନାମକୁ ଟିକେଟ୍ ରେ ରାଇନାଗଡ ଭାବରେ ବ୍ୟବହାର କରାଯାଉଛି ।

Leave a Reply

Your email address will not be published. Required fields are marked *