ସେକ୍ସ୍ ଫେଷ୍ଟିଭାଲକୁ ନେଇ ଚର୍ଚ୍ଚା, ଅଶ୍ଳୀଳ ଖେଳ ସାଙ୍ଗକୁ ଉତ୍ତେଜିତ ହେବାକୁ ଏଠିକି ଆସନ୍ତି ଦମ୍ପତି

ସେକ୍ସ୍ ଫେଷ୍ଟିଭାଲକୁ ନେଇ ଚର୍ଚ୍ଚା, ଅଶ୍ଳୀଳ ଖେଳ ସାଙ୍ଗକୁ ଉତ୍ତେଜିତ ହେବାକୁ ଏଠିକି ଆସନ୍ତି ଦମ୍ପତି

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପର୍ବ ପାଳିତ ହୁଏ । ଭାରତରେ କୁହନ୍ତୁ ନାହିଁ ଏଠି ସବୁଦିନ ଉତ୍ସବ, ଏବେ ଯାହା ଖାଲି କରୋନା ଦାଉ ସାଧିଛି। ହେଲେ ସେକ୍ସ୍ ଫେଷ୍ଟିଭାଲ କଥା କେବେ ଶୁଣି ଛନ୍ତି କି?, ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ବ୍ରିଟେନରେ ପ୍ରତିବର୍ଷ ଏହି ଉତ୍ସବ ପାଳନ ହୁଏ। ତେବେ ବର୍ତ୍ତମାନର ସମୟରେ ସମଗ୍ର ବିଶ୍ୱ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ବ୍ରିଟେନରେ ଡେଲଟା ଭାରିଆଣ୍ଟ ପୁନର୍ବାର କରୋନା ମାମଲାକୁ ବଢାଇଛି। ହେଲେ ଇଂଲଣ୍ଡର ଲିଙ୍କନସାୟରରେ ଏହି ଉତ୍ସବ ଗୁପ୍ତରେ ଆୟୋଜିତ ହେଉଥିବାର ଡ୍ରୋନ୍ ଦ୍ଵାରା ଆକାଶ ମାର୍ଗରୁ ଉଠା ଯାଇଥିବା ଏକ ଫଟୋରୁ ଜଣା ପଡ଼ିଛି।ଲିଙ୍କନସାୟରରେ ବିବାଦୀୟ ସେକ୍ସ ଫେଷ୍ଟିଭାଲ୍ ୨୦୨୧ ଆୟୋଜିତ ହେଇଥିବା ସ୍ପଷ୍ଟ ହେବା ସହ ତାର ଫଟୋ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଉତ୍ସବ ୪ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେଥିରେ ୨୦୦ ରୁ ଅଧିକ ଦମ୍ପତି ଯୋଗଦେଇଛନ୍ତି। ଏଥିସହ ୪୦୦ ରୁ ଅଧିକ ଦମ୍ପତି ଏହି ଉତ୍ସବରେ ସାମିଲ ହେବା ପାଇଁ ଟିକେଟ କିଣି ଥିବାର ଜଣାପଡ଼ିଛି।


ସପ୍ତାହେ ପୂର୍ବରୁ ଆୟୋଜକମାନେ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ବୋଲି କହିଥିଲେ ମଧ୍ୟ ଡ୍ରୋନ୍ କ୍ୟାମେରାରେ କଏଦ ହୋଇଥିବା ଫଟୋଗୁଡ଼ିକ ଏହା ସ୍ପଷ୍ଟ କରିଛି ଯେ ସେମାନେ ମିଛ କହି ଗୁପ୍ତରେ ଏହି ଉତ୍ସବ ଆୟୋଜିତ କରିଛନ୍ତି। ଲୋକମାନେ ଏଠାରେ ତମ୍ବୁ ଶିବିରରେ ରହୁଛନ୍ତି। ଏହି ପର୍ବରେ ଭାଗ ନେବାକୁ ବିବାହିତ ଓ ଅବିବାହିତ ଦମ୍ପତିମାନେ ଆସନ୍ତି। ଏହି ଚାରି ଦିନିଆ ଉତ୍ସବରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏହାର ପ୍ରତିବଦଳରେ ଦମ୍ପତିଙ୍କୁ ଟଙ୍କା ଦେଇ ଟିକେଟ ନେବାକୁ ପଡିଥାଏ। ଏଥର ଇଭେଣ୍ଟ ଟିକେଟ୍ ମୂଲ୍ୟ ୨୧ ହଜାର ଟଙ୍କା ରଖାଯାଇଛି।


ବର୍ତ୍ତମାନ, ବ୍ରିଟେନର ଗୋଟିଏ ସ୍ଥାନରେ ସର୍ବାଧିକ ୩୦ ଜଣ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି। ଏହା ସତ୍ତ୍ଵେ ଚାରି ଶହ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଯେଉଁଥି ପାଇଁ ଆୟୋଜକଙ୍କୁ କଠୋର ଦଣ୍ଡ ବିଧାନ କରାଯାଇ ପରେ ବୋଲି ଆଶଙ୍କା ଉପୁଜିଛି। ଏଥିରେ ସାମିଲ ହୋଇଥିବା ଜଣେ ପ୍ରତିଯୋଗୀ କହିଛନ୍ତି ଯେ ଶିବିରରେ କଡା ସୁରକ୍ଷା ରହିଛି। ଏହି ଉତ୍ସବରେ କେବଳ ଆଡଲ୍ଟ ତାଲିକାଭୁକ୍ତ ଇଭେଣ୍ଟଗୁଡିକ ଆୟୋଜିତ ହେଉଛି | ଏଠାରେ ୪ ଦିନ ଧରି ବିଭିନ୍ନ ପ୍ରକାର ଅଶ୍ଳୀଳ, ସେକ୍ସ୍ ସମ୍ବନ୍ଧୀୟ ଉତେଜିତ, ରୋମାଞ୍ଚକର ଖେଳ ଏବଂ ପୁଲ୍ ପାର୍ଟିର ଆୟୋଜନ କରାଯାଇଥାଏ। ତେବେ ଏହି ଭିଡ କରୋନା ବୃଦ୍ଧି କରି ପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: