ଆଗ ଭଳି ନାହିଁ ସରକାରୀ ଅର୍ଡର

ଆଗ ଭଳି ନାହିଁ ସରକାରୀ ଅର୍ଡର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋଭିସିଲ୍ଡର ୫୦ ପ୍ରତିଶତ ଉତ୍ପାଦନ ହ୍ରାସ ପାଇଁ ନିଷ୍ପତ୍ତି ନେଇଛି ସିରମ ଇନଷ୍ଟିଚ୍ୟୁଟ୍। କମ୍ପାନୀର CEO ଅଦାର ପୁନାୱାଲା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧିକ ଅର୍ଡର ଆସୁ ନଥିବାରୁ ଆସନ୍ତା ସପ୍ତାହରୁ କୋଭିସିଲ୍ଡର ଉତ୍ପାଦନ ୫୦ ପ୍ରତିଶତ କମାଇ ଦିଆଯିବ। ତେବେ ସେ କହିଛନ୍ତି ଯେ, ଯଦି କୌଣସି ମୁହୂର୍ତ୍ତରେ ଅଧିକ ଭାକ୍ସିନର ଆବଶ୍ୟକ ପଡ଼େ, ତେବେ କମ ସମୟ ମଧ୍ଯରେ ଉତ୍ପାଦନ କ୍ଷମତା ବଢ଼ାଯାଇ ପାରିବ । କୋରୋନାର ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସେ କହିଛନ୍ତି ଯେ, କୋଭିସିଲ୍ଡ ଟିକା ଏହାର ମୁକାବିଲା କରି ପାରିବ ନାହିଁ ବୋଲି ଭାବିବା ଠିକ୍ ହେବନି। ଏହା ମଧ୍ୟ ଭାବିବା କଥା ନୁହେଁ ଯେ, ଦୁଇଟିଯାକ ଡୋଜ ନେଇସାରିଥିବା ବ୍ୟକ୍ତି ନୂଆ ଭାରିଆଣ୍ଟ ବିରୋଧରେ ସୁରକ୍ଷିତ ନୁହନ୍ତି। କୋଭିସିଲ୍ଡ ଟିକା କୋରୋନା ଭୂତାଣୁ ବିରୋଧରେ ପ୍ରଭାବଶାଳୀ ବୋଲି ପୁନାୱାଲା ସୂଚନା ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: