ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ କଟକଣା ଜାରି କଲେ SRC ! ନଦୀ ଘାଟ, ପୁଷ୍କରିଣୀ, ସମୁଦ୍ର ତଟରେ ବୁଡ଼ ପକାଇବା ମନା

ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ କଟକଣା ଜାରି କଲେ SRC ! ନଦୀ ଘାଟ, ପୁଷ୍କରିଣୀ, ସମୁଦ୍ର ତଟରେ ବୁଡ଼ ପକାଇବା ମନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ମକର ସଂକ୍ରାନ୍ତି ପାଇଁ କଟକଣା କଲେ ରାଜ୍ୟ ସରକାର । ଏସଆରସିଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ଆସନ୍ତା ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ସାମାଜିକ, ଧାର୍ମିକ ଏବଂ ପର୍ବପର୍ବାଣୀ ଉତ୍ସବରେ ଜନସମାଗମ ଉପରେ କଟକଣା ଜାରି କରାଯାଇଛି ।

ରାଜ୍ୟରେ ଜାରି ରହିଥିବା କୋଭିଡ୍ ସ୍ଥିତିକୁ ନେଇ ଏହି କଟକଣା ଜାରି ହୋଇଛି । ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପର୍ବ ଅବସରରେ ରାଜ୍ୟର ସମସ୍ତ ଜଳାଶୟରେ, ନଦୀ ଘାଟ, ପୋଖରୀ, ସମୁଦ୍ର ବେଳାରେ ବୁଡ ପକାଇବାକୁ ବାରଣ କରାଯାଇଛି । ଏହି ସବୁ ସ୍ଥାନ ଗୁଡିକରେ ପୂଜାର୍ଚ୍ଚନା କରିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ମକଳ ମେଳା ଉତ୍ସବ ପାଳନ ଉପରେ ମଧ୍ୟ କଟକଣା ଲାଗିଛି । ମକର ସଂକ୍ରାନ୍ତିରେ ଧାର୍ମିକ ସ୍ଥଳ ଗୁଡିକରେ ସାଧାରଣ ଦର୍ଶନ ଓ ପୂଜାର୍ଚ୍ଚନା ବନ୍ଦ ରହିବ । କୋଭିଡ୍ କଟକଣା ମଧ୍ୟରେ ରୀତିନୀତି ପାଳନ ସହ ପୂଜାର୍ଚ୍ଚନା ହେବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: