ମୁହଁରେ ଚିପ୍ସ ରଖି ପକ୍ଷୀଙ୍କୁ ଡାକିବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ମୁହଁରେ ଚିପ୍ସ ରଖି ପକ୍ଷୀଙ୍କୁ ଡାକିବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକମାନେ ବେଶ ମଜା ନେଉଛନ୍ତି । ପଶୁ ପକ୍ଷୀଙ୍କୁ ହଇରାଣ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହା ଏକ ଉଚିତ୍ ଶିକ୍ଷା ମିଳିଛି ବୋଲି କହିଲେ ଭୁଲ ହେବନି । ପକ୍ଷୀମାନଙ୍କୁ ଖାଦ୍ୟ ଏବଂ ଜଳ ଦେବା ପୁଣ୍ୟ କାମ ହୋଇଥାଏ । କିଛି ଲୋକ ଏହି କାର୍ଯ୍ୟକୁ ଅତି ଆନ୍ତରିକତାର ସହିତ କରୁଥିବା ବେଳେ ଆଉ କେତେକ ଲୋକ ଏହିପରି କାର୍ଯ୍ୟକୁ ପରିହାସ କରି ବା ପଶୁ ପକ୍ଷୀଙ୍କୁ ହଇରାଣ କରି ମଜା ନେବାକୁ ଚିନ୍ତା କରିଥାନ୍ତି । ତେବେ ସବୁଥର ପଶୁପକ୍ଷୀଙ୍କ ସହ ମଜାକ କରି ଖସି ଯାଉଥିବା ଲୋକଙ୍କ ସମୟ ସମାନ ରହିବ ବୋଲି ଭାବିବା ଭୁଲ। ବେଳେ ବେଳେ ତାଙ୍କର ଏହି ମଜାକ ପାଇଁ ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ । ଅନେକ ଥର ପଶୁପକ୍ଷୀ ଏପରି କାର୍ଯ୍ୟରେ ଅତିଷ୍ଠ ହୋଇଯାଆନ୍ତି। ଏବଂ ବ୍ୟକ୍ତିକୁ ଶାସ୍ତି ଦେବାକୁ ଚିନ୍ତା କରନ୍ତି। ସେହିଭଳି ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଉଛି ଯେ, ସମୁଦ୍ରକୂଳରେ ଅନେକ ଗୁଡ଼ିଏ ସାଗୁଲ ପକ୍ଷୀ ଉଡୁଛନ୍ତି। ଠିକ୍ ଏହି ସମୟରେ ଜଣେ ବ୍ୟକ୍ତି ଆସି ପାଟିରେ ଚିପ୍ସ ରଖି ସେମାନଙ୍କୁ ଖାଇବାକୁ ଦେବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ପକ୍ଷୀମାନେ ତାଙ୍କ ପାଟିରୁ ଚିପ୍ସ ଖାଇବା ପରିବର୍ତ୍ତେ ତାଙ୍କ ମୁହଁରେ ଝାଡ଼ା କରି ଦେଇ ଯାଆନ୍ତି, ଫଳରେ ସେହି ବ୍ୟକ୍ତିଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି । ସେ ବାନ୍ତି କରିବାକୁ ଲାଗନ୍ତି। ଏହି ଭିଡିଓଟି ଦେଖିବା ପରେ ଲୋକମାନେ ବ୍ୟକ୍ତିଙ୍କୁ ଉପଯୁକ୍ତ ଶାସ୍ତି ମିଳିଛି ବୋଲି କମେଣ୍ଟରେ ଲେଖିବା ସହ ଅନେକ ମଜାଳିଆ ମେମେ ପୋଷ୍ଟ କରିଛନ୍ତି । ତେବେ ଏହି ଭିଡ଼ିଓଟିକୁ ଏବେ ସୁଦ୍ଧା ୫୦ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ପାଞ୍ଚ ଶହରୁ ଅଧିକ ରି-ଟ୍ୱିଟ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: