ସୁନ୍ଦରୀ କନ୍ୟାକୁ ପଟିଚର ବର, ଲୋକ କହିଲେ କିଛି ଏଭଳି…

ସୁନ୍ଦରୀ କନ୍ୟାକୁ ପଟିଚର ବର, ଲୋକ କହିଲେ କିଛି ଏଭଳି…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସମସ୍ତଙ୍କର ସ୍ବପ୍ନ ଥାଏ କି ନିଜ ବାହାଘର ଦିନ ସେମାନେ କିପରି ସବୁଠୁ ଅଧିକ ସୁନ୍ଦର ଦେଖାଯିବେ। ଏଥିପାଇଁ କେହି କେହି ଦାମୀ ୱେଷ୍ଟର୍ନ ଗେଟଅପ୍ ନିଅନ୍ତି ତ ଆଉ କେହି କେହି ପାରମ୍ପାରିକ ଏବଂ ଜାତିଗତ ପୋଷାକ ପିନ୍ଧି ଆକର୍ଷଣୀୟ ଦେଖାଯିବାକୁ ଚେଷ୍ଟା କରନ୍ତି । ହେଲେ ଆପଣ କେବେ ଦେଖିଛନ୍ତି ବା ଶୁଣିଛନ୍ତି କି, ବର ତାର ବାହାଘର ଦିନ ବେଦୀ ଉପରେ ସର୍ଟସ୍ ପିନ୍ଧି, ଭଙ୍ଗା ହାତ, ମୁକୁଳା ଦେହ, ଶରୀରର ବିଭିନ୍ନ ଅଙ୍ଗରେ ବ୍ୟାଣ୍ଡେଜ୍ ଲଗାଇ ବସିଥିବାର ? କଣ ହେଲା ଚିନ୍ତାରେ ପଡ଼ିଗଲେ କି ? ଆଜ୍ଞା, ହଁ ଏମିତି ଏକ ସତ ଘଟଣା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହିପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିବା ପରେ ଯେ କେହିବି ଆଶ୍ଚର୍ଯ୍ୟ ହେଉଛନ୍ତି । ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଫଟୋଟି ଇଣ୍ଡୋନେସିଆର ବୋଲି ଜଣାପଡ଼ିଛି। ଏହି ଫଟୋରେ, ଦେଖିବାକୁ ମିଳିଛି ଯେ, ବାହାଘର ଦିନ ବର ଭଙ୍ଗା ହାତ ଓ ଲୁଙ୍ଗି ପିନ୍ଧି ବେଦିରେ ବସିଥିଲେ। ତେବେ ଫଟୋ ଦେଖିବା ପରେ ଲୋକଙ୍କ ମଧ୍ୟରେ କୌତୁହଳ ଜାତ ହେବା ସହ ବରର ଅବସ୍ଥା କାହିଁକି ଏପରି ହୋଇଛି ବୋଲି ଅନେକ ଜାଣିବା ପାଇଁ ଇଚ୍ଛା କରିଛନ୍ତି। ତେବେ ଇଣ୍ଡୋନେସିଆର ଏହି ସର୍ଟ ପିନ୍ଧା ବର ସହ ବସିଥିବା କନ୍ୟା ଖୁବ୍ ସୁନ୍ଦର ଯ କନ୍ୟାଙ୍କର ଚମତ୍କାର ଗେଟଅପ୍ ଦେଖିବା ପରେ, ଯେ କେହି ବି ମନେ ମନେ ଭାବିବ ଯେ ବର ଏପରି ଭିକାରୀ ଅବସ୍ଥାରେ କାହିଁକି ବେଦୀରେ ବସିଛନ୍ତି ?
ମିଳିଥିବା ସୂଚନା ଅନୁଯାୟୀ, ବିବାହର କିଛି ଦିନ ପୂର୍ବରୁ ବର ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ସେ ବାଇକ୍ ଚଲାଇବା ସମୟରେ ଖସିପଡି ଗୁରୁତର ଆହତ ହୋଇଥିଲେ। ପରିସ୍ଥିତି ଏପରି ଥିଲା ଯେ, ସେ ଢ଼ଙ୍ଗର ପୋଷାକ ମଧ୍ୟ ପିନ୍ଧି ପାରିନଥିଲେ। ଅସହାୟତା କାରଣରୁ ତାଙ୍କୁ ଏହି ସର୍ଟ ପୋଷାକ ବା ଲୁଙ୍ଗିରେ ବିବାହ କରିବାକୁ ପଡିଥିଲା। ତେବେ ଇଣ୍ଡୋନେସିଆର ପୂର୍ବ ଜାଭା ଅଞ୍ଚଳରେ ହୋଇଥିବା ଏହି ବାହାଘରର ଫଟୋ ଏବେ ଟ୍ୱିଟରରେ ବେଶ ଭାଇରାଲ ହେବାରେ ଲାଗିଛି। ଏଥିରେ ଲୋକମାନେ ଅତ୍ୟନ୍ତ ମଜାଳିଆ ମନ୍ତବ୍ୟ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: