ଏପ୍ରିଲ ୨ରୁ ସକାଳିଆ ସ୍କୁଲ

ଏପ୍ରିଲ ୨ରୁ ସକାଳିଆ ସ୍କୁଲ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ବଢୁଛି ତାତି । ଏହି ସମୟରେ ସ୍କୁଲର ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର ।ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଖରା ବଢୁଥିବାରୁ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ହେବ ।ସକାଳ ୬ଟା ୩୦ରୁ ୧୦ ଟା ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲରେ ରହିବେ । ସେହିପରି ସକାଳ ୭ଟାରୁ ୧୧ ଟା ଯାଏ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢିବେ ।ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।ରାଜ୍ୟରେ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି ।ଆଗକୁ ମଧ୍ୟ ରାଜ୍ୟରେ ଆହୁରୀ ଦୁଇ ରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ ବୋଲି ଆକଳନ କରାଯାଇଛି ।ଏହି ସବୁକୁ ଦଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲର ଉପରେ ଏପରି ନିଷ୍ପତ୍ତି ନେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: