୪ମାସ ପାଇଁ କାମଚଳା ବଜେଟ୍

୪ମାସ ପାଇଁ କାମଚଳା ବଜେଟ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଧାନସଭାରେ ଆଜି କାମଚଳା ବଜେଟ ଉପସ୍ଥାପନ କରାଯାଇଛି ।୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମହାମାରୀ ଓ ୟୁକ୍ରେନ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।ଏହି ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ୭.୮ ପ୍ରତିଶତ ରହିଛି ।ଓଡିଶାର ଅଭିବୃଦ୍ଧି ହାର ୯.୫ ପ୍ରତିଶତ ରହିପାରେ ।

୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ଖର୍ଚ୍ଚ ବାବଦକୁ ଏକ ଲକ୍ଷ ୬ ହଜାର ୪ ଶହ ୯୮ କୋଟି ଟଙ୍କା ଲେଖାନୁଦାନ ଆଗତ କରାଯାଇଛି ।ମିଶନ ଶକ୍ତି ପାଇଁ ୨ହଜାର କୋଟି ଟଙ୍କାର ବ୍ୟୟ ବରାଦ। ଶିକ୍ଷା ବିଭାଗ ପାଇଁ ୨୬ହଜାର ୪୯୨କୋଟି ବ୍ୟୟ ବରାଦ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଯୋଜନା ପାଇଁ ୨୦ହଜାର ୩୪୪କୋଟି, କାଳିଆ ଯୋଜନା ପାଇଁ ୧ହଜାର ୮ଶହ ୭୪କୋଟି, ସାର ଓ ବିହନ ପାଇଁ ସୁଧମୁକ୍ତ ରଣ ବାବଦକୁ ୧୦୦କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ଖର୍ଚ୍ଚ ବାବଦକୁ ମୋଟ ବାର୍ଷିକ ଆୟ ବ୍ୟୟ ଅଟକଳ ଶତ ପ୍ରତିଶତ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବବଦକୁ ବ୍ୟୟ ଅଟକଳ ୫୦ ପ୍ରତିଶତ ରହିଛି । ଏଥର ବଜେଟରେ କୃଷି ଓ ଆନୁସଙ୍ଗୀତ କ୍ଷେତ୍ର ପାଇଁ ବ୍ୟୟ ଅଟ୍ଟକଳ ଯଥେଷ୍ଟ ବୃଦ୍ଧି କରାଯାଇଛି ୨୦, ୩୪୪ କୋଟି ଟଙ୍କା ଆକଳନ କରାଯାଇଛି ।

ଶିକ୍ଷା ଏବଂ ଦକ୍ଷତା କ୍ଷେତ୍ର ପାଇଁ ୨୩,୯୪୭ କୋଟି ଟଙ୍କା ବ୍ୟୟ ବରାଦ ।ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୨୪୧କୋଟି ଟଙ୍କା ବ୍ୟୟବରାଦ ।ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୮.୨୫୫ କୋଟି ଟଙ୍କା ପୁଞ୍ଜି ବିନିଯୋଗ । ଅନୁସୂଚିତ ଜନଜାତି ଓ ଜାତି ମାନଙ୍କ ପାଇଁ ଚିହ୍ନଟ ଯୋଜନା ଦ୍ୱାରା କାର୍ଯ୍ୟକ୍ରମ ବ୍ୟୟ ମାଧ୍ୟମରେ ୩୩,୨୦୩ କୋଟି ଟଙ୍କା ବ୍ୟୟବରାଦ ।

ଟିକସ ଓ ରାଜ୍ୟ ସାମଗ୍ରୀକ ଘରୋଇ ଉତ୍ପାଦନ ଅନୁପାତ ୨୦୨୨-୨୩ ବିଇ ରେ ୬.୪ ପ୍ରତିଶତ ଦେବା ପାଇଁ ଅଟକଳ କରାଯାଇଛି । ମୋଟ ରାଜସ୍ୱରେ ନିଜସ୍ୱ ରାଜସ୍ୱ ଭାଗ ପ୍ରାୟ ୫୮ ପ୍ରତିଶତ ହୋଇପାରିଛି ।ଯାହାଦ୍ୱାରା କେନ୍ଦ୍ରୀୟ ସହାୟତା ଉପରେ ଆମର ନିର୍ଭରଶୀଳତା କମିଛି । ରାଜସ୍ୱ ବଳକା ରାଜ୍ୟ ସାମଗ୍ରୀକ ଘରୋଉ ଉତ୍ପାଦନର ୨.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ବିଭିନ୍ନ ନିଅଣ୍ଟ , ଘରୋଇ ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟର ୩ ପ୍ରତିଶତ ମଧ୍ୟରେ ସୀମିତ ରହିବ । ପୁଞ୍ଜି ବ୍ୟୟବରାଦ ବାବଦକୁ ୪୦, ୦୧୧ କୋଟି ଟଙ୍କା ଅଟକଳ ହୋଇଛି ।ଯାହାକି ସାମଗ୍ରୀକ ରାଜ୍ୟ ଘରୋଇ ଉତ୍ପାଦନ ଜିଏସଡିପି ର ୫ ଦଶମିକ ୬ ପ୍ରତିଶତ ଅଟେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: