କୁରକୁର କାରଖାନାରେ ଭୟଙ୍କର ଦୁର୍ଘଟଣା, ୧୦ ମୃତ ସଂଖ୍ୟାଧିକ ଆହତ

କୁରକୁର କାରଖାନାରେ ଭୟଙ୍କର ଦୁର୍ଘଟଣା, ୧୦ ମୃତ ସଂଖ୍ୟାଧିକ ଆହତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିହାରର ମୁଜାଫରପୁରରେ ଭୟଙ୍କର ଦୁର୍ଘଟଣା । ଏଠାକା ବେଲା ଶିଳ୍ପାଞ୍ଚଳରେ ଥିବା ଏକ କୁରକୁରେ ଏବଂ ନୁଡୁଲ୍ସ କାରଖାନା ବଏଲର ଫାଟିବାରୁ ବିସ୍ଫୋରଣ ହୋଇଥିବା ଜଣାପଡିଛି । ଘଟଣାରେ ୧୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏସପି-ଡିଏମ ସମେତ ଅନେକ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କୁହାଯାଉଛି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ୫ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା । ବିସ୍ଫୋରଣ ହେତୁ କୁରକୁରେ ଏବଂ ନୁଡୁଲ୍ସ କାରଖାନାକୁ ଲାଗିରହିଥିବା ଚୁଡା ଏବଂ ମଇଦା କାରଖାନା ମଧ୍ୟ ନଷ୍ଟ ହୋଇଯାଇଛି । ଅଗ୍ନିଶମ ବିଭାଗର ୫ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନିତିଶ କୁମାର। ଏହାସହ ଘଟଣାର ପଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: