ଛାତ୍ରଛାତ୍ରୀଙ୍କ ବିନା କାଲିଠୁ ଖୋଲିବ ସ୍କୁଲ

ଛାତ୍ରଛାତ୍ରୀଙ୍କ ବିନା କାଲିଠୁ ଖୋଲିବ ସ୍କୁଲ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ଆସନ୍ତା କାଲିଠୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ତେବେ ସ୍କୁଲ ଖୋଲିଲେ ମଧ୍ୟ ଛାତ୍ରୀଛାତ୍ରମାନେ ସ୍କୁଲ ଯିବେ ନାହିଁ। ସ୍କୁଲକୁ ଶିକ୍ଷକ ଓ କର୍ମଚାରୀ ଆସିବେ। କିନ୍ତୁ ପିଲାମାନେ ଆସିବେ ନାହିଁ। ଆସନ୍ତା ୨୮ ତାରିଖରୁ ପିଲାମାନେ ସ୍କୁଲ ଆସିବେ। ଶିକ୍ଷକ ଓ କର୍ମଚାରୀମାନେ ସ୍କୁଲକୁ ଯାଇ ସ୍କୁଲ ପରିସରର ସଫେଇ କାର୍ଯ୍ୟ ତଦାରଖ କରିବେ। ସୂଚନାଯୋଗ୍ୟ, କରୋନା ଯୋଗୁ ଦୀର୍ଘ ଦୁଇବର୍ଷ ହେବ ପ୍ରାଥମିକ ପିଲାମାନେ ସ୍କୁଲ ମାଟି ମାଡ଼ି ନାହାନ୍ତି। ଜାନୁୟାରୀ ୩ ତାରିଖରୁ ସେମାନଙ୍କ ପାଇଁ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ କରୋନାର ତୃତୀୟ ଲହର ପ୍ରଭାବ ଯୋଗୁ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିଲା ଏବଂ ବାକି ସବୁ ଶ୍ରେଣୀ ପାଠପଢ଼ାକୁ ବି ବନ୍ଦ କରି ଦିଆଯାଇଥିଲା। ତେବେ ତୃତୀୟ ଲହର ପ୍ରଭାବ କମିବା ପରେ ସରକାର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: