ନିର୍ବାଚନ ସମୟରେ ନିଶା ନିବାରଣ ପାଇଁ ସମୀକ୍ଷା

ନିର୍ବାଚନ ସମୟରେ ନିଶା ନିବାରଣ ପାଇଁ ସମୀକ୍ଷା

ପ୍ରିଜମ ନ୍ୟୁଜ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ବେଆଇନ୍‍ ନିଶା କାରବାରକୁ ରୋକିବାପାଇଁ ଓ ସୀମାନ୍ତରେ ନଜର ରଖିବାକୁ ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ବେଆଇନ୍‍ ମଦପ୍ରସ୍ତୁତକାରୀ, ବ୍ୟବସାୟୀ ଓ ବିକ୍ରୟସ୍ଥଳ ଉପରେ ନିୟମିତ ଚଢଉ ସହିତ ରାତ୍ରିକାଳୀନ ପାଟ୍ରୋଲିଂକୁ ଜୋରଦାର ପାଇଁ ସିଂହ ନିର୍ଦ୍ଦେଶ ଦେଇଛନ୍ତି ।୨୦୨୨ ପଞ୍ଚାୟତ ର୍ନିବାଚନ ଯେଭଳି ସୁରୁଖୁରୁରେ ହେବ ସେଥିପାଇଁ ପ୍ରସ୍ତୁତ ରଣନୀତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ଅବକାରୀ କମିଶନର ବେଆଇନ୍‍ ନିଶା କାରବର ରୋକିବାପାଇଁ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ କଡା ନଜର ରଖିବାପାଇଁ ସେ ପରାମର୍ଶ ଦେଇଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: