କ’ଣ ହେବ ନବୀନ-ଜଗନ ଆଲୋଚନା ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନବୀନ-ଜଗନ ଭେଟଘାଟ। ଆସନ୍ତା ୯ ତାରିଖରେ ସରଗରମ୍ ରହିବ ଓଡ଼ିଶା ରାଜନୀତି। କାରଣ, ସେଦିନ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ମୁଲାକାତ ହେବାକୁ ଯାଉଛି। ବିଭିନ୍ନ ଦିଗରୁ ଏହି ବୈଠକ ବେଶ୍ ଗୁରୁତ୍ବ ବହନ କରୁଛି। ମିଳିଥିବା ସୂଚନା ଅନୁସାରେ, ଦୁଇ ନେତାଙ୍କ ମଧ୍ୟରେ ସୀମା ବିବାଦକୁ ନେଇ ଆଲୋଚନା ହୋଇପାରେ। ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗାଁ ଗୁଡ଼ିକ ଆଲୋଚନାର ପ୍ରସଙ୍ଗ ରହିବ। ଉଭୟ ରାଜ୍ୟର ସୀମାରେ ଥିବା ପ୍ରାୟ ୨୧ଟି ଗାଁକୁ ନେଇ ବିବାଦ ଲାଗି ରହିଛି। କୋଟିଆ ଅନ୍ତର୍ଗତ ଫାଟୁସିନେରି ଏବଂ ଆହୁରି ଅନେକ ଗାଁ ଏହି ବିବାଦ ଘେରରେ ରହିଛନ୍ତି। ସେହିପରି ବଂଶଧାରା ନେରେଡି ଡ୍ୟାମ୍ ଏବଂ ପୋଲାଭରମ ପ୍ରକଳ୍ପ ବିଷୟରେ ଦୁଇ ନେତା ଆଲୋଚନା କରିପାରନ୍ତି। ଏହାସହ ଏହି ଗସ୍ତ ଉଭୟ ରାଜ୍ୟର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *