ଆର୍ୟନଙ୍କ ବିରୋଧରେ ପ୍ରମାଣ ନାହିଁ

ଆର୍ୟନଙ୍କ ବିରୋଧରେ ପ୍ରମାଣ ନାହିଁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ୍ କିଙ୍ଗ୍ ଖାନ୍ ଶାହରୁଖ ଙ୍କ ପୁଅ ଆର୍ଯ୍ଯନ ଖାନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। ବୁଧବାର ଏମିତି କିଛି ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି)ର ସାଧାରଣ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଯାଞ୍ଚ ଏଜେନ୍ସିର ମୁଖ୍ୟ ସଞ୍ଜୟ ସିଂ ଏହାକୁ ଖଣ୍ଡନ କରି କହିଛନ୍ତି, ମିଡିଆରେ ପ୍ରସାରିତ ଖବରରେ କୌଣସି ସତ୍ୟତା ନାହିଁ । ବର୍ତ୍ତମାନ ସୁଦ୍ଧା ଏହି ମାମଲାର ଯାଞ୍ଚ ଜାରି ରହିଛି । ଯାଞ୍ଚ ଶେଷ ନ ହେବା ପୂର୍ବରୁ କୌଣସି ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ। ୨୦୨୧ ଅକ୍ଟୋବର ୨ରେ କୋର୍ଡେଲିଆ କ୍ରୁଜ୍ ଜାହାଜରେ ଏନ୍ସିବି ଚଢ଼ାଉ କରିଥିଲା । ଏ ମାମଲାରେ ଅକ୍ଟୋବର ୩ରେ ଆର୍ୟନଙ୍କୁ ଗିରଫ କରାଯାଇଥିଲାବେଳେ ସେହି ମାସ ୩୦ରେ ମୁମ୍ବାଇ ହାଇକୋର୍ଟ ଦ୍ୱାରା ଆର୍ୟନଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: