୧୬ ପର୍ଯ୍ୟନ୍ତ ରହିବ ତାତି, ମୌସୁମୀ ଆସିବା ନେଇ ଅନିଶ୍ଚିତତା

୧୬ ପର୍ଯ୍ୟନ୍ତ ରହିବ ତାତି, ମୌସୁମୀ ଆସିବା ନେଇ ଅନିଶ୍ଚିତତା

ପ୍ରିଜମ ନ୍ୟୁଜ ବ୍ୟୁରୋ:ତାତିରୁ ମିଳିବନି ମୁକ୍ତି । ଆସନ୍ତା ୧୬ ତାରିଖ ଯାଏ କଲବଲ କରିବ ଖରା ଗରମ । ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଗତକାଲି ଟିଟିଲାଗଡ଼ରେ ତାପମାତ୍ରା ୪୫ ଡିଗ୍ରୀ ଥିବା ବେଳେ ବଲାଙ୍ଗିରରେ ୪୪.୯, ବୌଦ୍ଧରେ ୪୪.୫, ସମ୍ବଲପୁରରେ ୪୪.୪, ସୋନପୁରରେ ୪୪.୩ ଓ ଝାରସୁଗୁଡାରେ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ତେବେ ୧୬ ତାରିଖ ପର୍ଯ୍ୟନ୍ତ ଏଭଳି ତାତି ଅନୁଭୁତ ହେବା ସହ ମୌସୁମୀର ଆଗମନକୁ ଅନିଶ୍ଚିତତା ଦର୍ଶାଇଛି । ମୌସୁମୀ ବର୍ଷା ପରେ ତାପମାତ୍ରା ହ୍ରାସ ପାଇଥାଏ । ହେଲେ ୧୬ ତାରିଖ ଯାଏ ତାପମାତ୍ରା ହ୍ରାସ ସମ୍ଭାବନା ନଥିବାରୁ ମୌସୁମୀ ବର୍ଷା କେବେ ହେବ ତାକୁ ନେଇ ଚିନ୍ତା ବଢିଛି। କେରଳରେ ମୌସୁମୀ ଛୁଇଁବାର ୧୦ରୁ ୧୨ ପହଞ୍ଚିବା ପରେ ଓଡ଼ିଶା ଛୁଇଁଥାଏ । ଏହି କ୍ରମରେ ୧୨ ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବା ନେଇ ରାଜ୍ୟବାସୀ ଆଶା ରଖିଛନ୍ତି ।ମାତ୍ର ମୌସୁମୀ କେରଳ ଛୁଇଁବା ପାଇଁ ଆଇଏମଡି ଧାର୍ଯ୍ୟ କରିଥିବା ମାନଦଣ୍ଡ ପୂରଣ ହୋଇନଥିବା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ଅଭିଯୋଗ କରିଛି । ମୌସୁମୀ କେରଳ ଛୁଇଁଛି ବୋଲି ତରବରିଆ ଭାବେ ଆଇଏମଡି ଘୋଷଣା କରିଛି ବୋଲି ବିଭାଗ କହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: