ରାଜେଶ ଖାନ୍ନାଙ୍କୁ ପସନ୍ଦ କରୁ ନ ଥିଲେ ଋଷି କପୁର, ଥରେ କହିଥିଲେ, ‘ଛଡ଼େଇ ନେଲ ମୋ ହିରୋଇନ’

ରାଜେଶ ଖାନ୍ନାଙ୍କୁ ପସନ୍ଦ କରୁ ନ ଥିଲେ ଋଷି କପୁର, ଥରେ କହିଥିଲେ, ‘ଛଡ଼େଇ ନେଲ ମୋ ହିରୋଇନ’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯେବେ ରାଜେଶ ଖାନ୍ନା ନିଜ କ୍ୟାରିୟରର ପିକ୍ ପଏଣ୍ଟରେ ଥିଲେ, ସେତେବେଳେ ଚିଣ୍ଟୁ ଜୀ ଓରଫ୍ ଋଷି କପୁର ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେହି ସମୟରେ ଋଷି କପୁରଙ୍କ ସିନେମା ‘ବବି’ ରିଲିଜ ହୋଇଥିଲା। ଏହି ସିନେମାରେ ଋଷିଙ୍କ ସହ ୧୬ ବର୍ଷୀୟ ଡିମ୍ପଲ କପାଡିଆ ମଧ୍ୟ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ବବି ସିନେମା ରିଲିଜ ହେବା ପରେ ଇଣ୍ଡଷ୍ଟ୍ରିରେ ଋଷି କପୁରଙ୍କ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା। ତେବେ ବବି ସିନେମାର ସୁଟିଂ ସମୟରୁ ହିଁ ରାଜେଶ ଖାନ୍ନା ଏବଂ ଡିମ୍ପଲ କପାଡିଆଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ।


ଥରେ ରାଜେଶ ଖାନ୍ନାଙ୍କ ହରକତ ଦେଖି ଋଷି କପୁର ତାଙ୍କ ଉପରେ ଖପ୍ପା ହୋଇ ଯାଇଥିଲେ। ଅବଶ୍ୟ ସେତିକି ବେଳେ ରାଜେଶ ଖାନ୍ନା ଡିମ୍ପଲଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇ ସାରିଥିଲେ। ମାତ୍ର, ରାଜେଶ ଖାନ୍ନା ଯେତେବେଳେ ଡିମ୍ପଲ କପାଡିଆଙ୍କ ହାତରେ ଏକ ମୁଦି ଦେଖିଥିଲେ, ସେତେବେଳେ ତାଙ୍କ ରାଗ ପଞ୍ଚମକୁ ପହଞ୍ଚି ଯାଇଥିଲା। ଏଥିପାଇଁ ଋଷି କପୁର ରାଜେଶ ଖାନ୍ନାଙ୍କୁ ପସନ୍ଦ କରୁ ନ ଥିଲେ। କଥା କେବଳ ଏତିକିରେ ସରି ନ ଥିଲା। ରାଜେଶ ଖାନ୍ନା କେବଳ ଡିମ୍ପଲଙ୍କ ହାତରେ ମୁଦି ଦେଖି ରାଗି ନ ଥିଲେ, ବରଂ ହାତରୁ ମୁଦି କାଢ଼ି ନେଇ ଜୁହୁ ବିଚରେ ଫିଙ୍ଗି ଦେଇଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଡିମ୍ପଲଙ୍କ ହାତରେ ମୁଦି ଋଷି କପୁର ହିଁ ପିନ୍ଧାଇଥିଲେ। ଆଉ ଏହି ଅନୁଭୂତିକୁ ଋଷି କପୁର ନିଜେ ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି। ଘଟଣା ଘଟି ସାରିବା ପରେ ଋଷି କପୁର ଡିମ୍ପଲଙ୍କ ପାଖକୁ ଯାଇଥିଲେ ଏବଂ ରାଜେଶ ଖାନ୍ନାଙ୍କ ଏଭଳି ପାଗଳାମୀ ତାଙ୍କୁ ଜମାରୁ ପସନ୍ଦ ନୁହେଁ ବୋଲି କହିଥିଲେ।

ତେବେ ଏହାକୁ ନେଇ ରାଜେଶ ଖାନ୍ନା କେବେ ବି ଋଷି କପୁରଙ୍କୁ କ୍ଷମା ମାଗି ନ ଥିଲେ। କିନ୍ତୁ ବବି ସିନେମାର ସୁଟିଂ ସମୟର ସେହି ଘଟଣା ସେତେବେଳେ ଖୁବ ଚର୍ଚ୍ଚାରେ ଥିଲା। ସେହି ସାକ୍ଷାତକାରରେ ଋଷି ଆହୁରି କହିଛନ୍ତି ଯେ, ଏ ବିଷୟରେ ଏବେ ଆଲୋଚନା କରିବା ଠିକ୍ ନୁହେଁ। କାରଣ ଡିମ୍ପଲଙ୍କ ସହ ଆଉ ସେମିତି ସମ୍ପର୍କ ନାହିଁ। ଏବେ ସେ ଜାଣିଲେ ମୋତେ ମାରିଦେବ। କିନ୍ତୁ, ହଁ ଆଜି ବି ଜୁହୁ ସମୁଦ୍ର କୂଳ ଗଲେ ସେହି ମୁଦିକୁ ମନେ ମନେ ଖୋଜେ। ହଁ…ହଁ…ଅନେକ ଖୋଜେ…।


ମୁଁ ରାଜେଶ ଖାନ୍ନାଙ୍କୁ ଏଥିପାଇଁ ପସନ୍ଦ କରୁ ନ ଥିଲି ଯେ, ସେ ମୋ ହିରୋଇନମାନଙ୍କୁ ମୋଠାରୁ ଛଡ଼ାଇ ନେଉଥିଲେ। ସୁଟିଂ ସମୟରେ ଜଣେ ଯୁବତୀ ଆସି ମୋତେ ସେହି ମୁଦିଟି ଉପହାର ଦେଇଥିଲେ। ମୋ ହାତରେ ମୁଦି ଦେଖି ଡିମ୍ପଲ ତୁରନ୍ତ ଆସି ମୋ ହାତରୁ କାଢ଼ି ନେଇଥିଲେ ଏବଂ ନିଜ ହାତରେ ପିନ୍ଧିଥିଲେ। କିନ୍ତୁ, କାକା ଯେତେବେଳେ ଡିମ୍ପଲଙ୍କ ହାତରେ ମୁଦି ଦେଖିଲେ, ସଙ୍ଗେସଙ୍ଗେ ହାତରୁ କାଢ଼ି ଫୋଫାଡ଼ି ଦେଇଥିଲେ। ଏହା ମୋତେ ବହୁତ ଆଘାତ ପହଞ୍ଚାଇ ଥିଲା। ସେଥିପାଇଁ କାକାଙ୍କୁ ମୁଁ ପସନ୍ଦ କରେନି ବୋଲି ଋଷି କହିଥିଲେ। ଇଣ୍ଟରଭ୍ୟୁରେ କହିଲାବେଳେ ରାଜେଶ ଖାନ୍ନାଙ୍କୁ ପସନ୍ଦ ନ କରିବାର ଅନେକ କାରଣ ଋଷି କପୁର କହିଥିଲେ। ସିଏ ମୋର ମୁଦି ଫିଙ୍ଗି ଦେଇଥିଲେ, ମୋ ହିରୋଇନକୁ ଛଡ଼େଇ ନେଇଥିଲେ, ତାକୁ ବିବାହ କଲେ। ଏମିତି ଅନେକ କାରଣ ଅଛି, ଯେଉଁଥି ପାଇଁ ରାଜେଶ ଖାନ୍ନାଙ୍କୁ ପସନ୍ଦ କରୁ ନ ଥିଲି ବୋଲି ଋଷି କହିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: