ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ଵିତୀୟ ବର୍ଷ ରିପୋର୍ଟ କାର୍ଡ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ଵିତୀୟ ବର୍ଷ ରିପୋର୍ଟ କାର୍ଡ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ଦ୍ୱିତୀୟ ବର୍ଷର ରିପୋର୍ଟ କାର୍ଡ ଦେଇଛନ୍ତି। ତେବେ ଜାଣନ୍ତୁ କ’ଣ ରହିଛି ଏଥିରେ…

ଅପରାଜିତାଙ୍କ ରିପୋର୍ଟ କାର୍ଡ

୧. ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧିନସ୍ଥ ୧୫୮ ଗ୍ରାମପଞ୍ଚାୟତ ଓ ୧୧୨ ସହରାଞ୍ଚଳ ୱାର୍ଡ ବାସୀଙ୍କୁ ରିପୋର୍ଟ କାର୍ଡ ସମ୍ପର୍କିତ ୧୦୦ ପୃଷ୍ଠାର ପୁସ୍ତକ ବଣ୍ଟନ କରାଯିବ ।
୨. ବିକାଶ, ଲୋକ ସମ୍ପର୍କକୁ ଗୁରୁତ୍ୱ ଦେଇଛି । ଏବେ ପ୍ରତିଦିନ ସର୍ବନିମ୍ନ ୩୦୦ ଲୋକଙ୍କ ସହ ସମ୍ପର୍କ ରଖୁଛି । ପ୍ରତିଦିନ ୫୦ ଫୋନ କଲ ମାଧ୍ୟମରେ ଲୋକଙ୍କ ସହ ଆଲୋଚନା କରୁଛି । ଜନଭାଗିଦାରିତାକୁ ପ୍ରାଥମିକତା ଦିଆଯାଉଛି ।
୩. ସଂସଦରେ ୪୨ଟି ଅଧିବେଶନରେ ଶହେ ପ୍ରତିଶତ ଯୋଗଦାନ କରି ତର୍କ ବିତର୍କ ଓ ଆଲୋଚନା କରିଛି ।
୪. ୨୬ ସେପ୍ଟେମ୍ବର ୨୦୨୦ରେ ମୋତେ ରାଷ୍ଟ୍ରୀୟ ପ୍ରବକ୍ତା ଘୋଷଣା କରାଯାଇଥିଲା । ୨୨ମଇ ୨୦୨୧ ପର୍ଯ୍ୟନ୍ତ ୨୮୨ଟି ଟିଭି ଡିବେଟରେ ପକ୍ଷ ରଖିଛି ।
୫. ଏହି ବର୍ଷ ମୋ ସଂସଦୀୟ କ୍ଷେତ୍ରରେ ୬୭ଟି ପଞ୍ଚାୟତ ଓ ୯୨ଟି ୱାର୍ଡ ସହ ଅନ୍ୟାନ୍ୟ ଜିଲା ମଧ୍ୟ ଗସ୍ତ କରିଛି ।
୬. ଅଜିତା ମାଧ୍ୟମରେ ମହିଳାଙ୍କୁ ଯୋଡିବା ଓ ୟୁଥ ଫର ଆକ୍ସନ ମାଧ୍ୟମରେ ଯୁବବର୍ଗ ଓ ସମର୍ଥ ମାଧ୍ୟମରେ ବରିଷ୍ଠ ନାଗରିକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରାଯାଇଛି ।
୭. ତତ୍କାଳ ସହଯୋଗ ପାଇଁ ଭରଷା ନାମରେ ଟ୍ରଷ୍ଟ ଗଠନ କରି ସହାୟତା କରିଛୁ ।
୮. ସିଏସଆର ମାଧ୍ୟମରେ ୯୬ ଲକ୍ଷ ଟଙ୍କା ସଂଗ୍ରହ କରି ବିଭିନ୍ନ ସ୍ଥାନରେ ବିକାଶ କାର୍ଯ୍ୟକ୍ରମ କରାଯାଇଛି ।
୯. NHAI ମାଧ୍ୟମରେ ୧୧୪ କୋଟି ଟଙ୍କାର ୭ଟି ପ୍ରକଳ୍ପ କାମ ଏବେ ଚାଲିଛି ।
୧୦. ଜନ ଅଭିଯୋଗ ଶୁଣାନୀକୁ ଗୁରୁତ୍ୱ ଦିଆଯାଉଛି । ୨୧୫୦ଟି ଅଭିଯୋଗ ପାଇଥିଲୁ । ଯାହା ମଧ୍ୟରୁ ୨୧୦୦ଅଭିଯୋଗର ସମାଧାନ କରାଯାଇଛି । ସ୍ୱାସ୍ଥ୍ୟ ସମ୍ପର୍କିତ ଅନେକ ଅଭିଯୋଗ ଆସିଥିଲା । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି ଯେ ୧୦ଟା ମୁଖ୍ୟ ଅଭିଯୋଗ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୨ଲକ୍ଷ ଟଙ୍କା ତିନି ମାସ ଭିତରେ ଆସିପାରିଲା ।
୧୧. ଆଗାମୀ ଦିନରେ ମଧ୍ୟ ବିକାଶ ଉପରେ କେନ୍ଦ୍ରିତ ରହିବି । ଭୁବନେଶ୍ୱରରେ ମାରାଇନ ବାୟୋଟେକ୍ନୋଲୋଜି ସେଣ୍ଟର ଓ ନ୍ୟାସନାଲ ରିସୋର୍ସ ଟେକ୍ନୋଲୋଜି ଅନୁସାରେ ଭୁବନେଶ୍ୱରରେ ବାୟୋଟେକ୍ନୋଲୋଜି ହବ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ।
୧୨. ଏଠାରେ ଡ୍ରେନେଜ ହେଉଛି ସବୁଠାରୁ ବଡ଼ ସମସ୍ୟା । ଏହାର ସମାଧାନକୁ ଗୁରୁତ୍ୱ ଦିଆଯିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: