ଈଶାନ୍ତ ଭାଙ୍ଗିଲେ ଏହି କିମ୍ୱଦନ୍ତୀଙ୍କ ରେକର୍ଡ

ଈଶାନ୍ତ ଭାଙ୍ଗିଲେ ଏହି କିମ୍ୱଦନ୍ତୀଙ୍କ ରେକର୍ଡ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଈଶାନ୍ତ ଶର୍ମା। ଇଂଲଣ୍ଡ ମାଟିରେ ସର୍ବାଧିକ ଓ୍ୱିକେଟ୍ ନେବାରେ ସେ ଏହି ରେକର୍ଡ କରିଛନ୍ତି। ପୂର୍ବରୁ ଏହି ରେକର୍ଡ କପିଲ ଦେବଙ୍କ ନାଁରେ ଥିଲା। ଈଶାନ୍ତ ଇଂଲଣ୍ଡ ମାଟିରେ ଭାରତୀୟ ଭାବରେ ସର୍ବାଧିକ ୪୪ ଓ୍ୱିକେଟ ଅକ୍ତିଆର କରିଛନ୍ତି। ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପରେ ସେ ହାସଲ କରିଛନ୍ତି ଏହି ସଫଳତା। ପୂର୍ବରୁ କପିଲ ଦେବ ଇଂଲଣ୍ଡ ମାଟିରେ ସର୍ବାଧିକ ୪୩ଟି ଓ୍ୱିକେଟ ନେଇଥିଲେ। ଇଂଲଣ୍ଡ ମାଟିରେ ଈଶାନ୍ତ ୧୩ଟି ଟେଷ୍ଟ ଖେଳିଛନ୍ତି।
ସେହିପରି ଇଂଲଣ୍ଡ ମାଟିରେ ସର୍ବାଧିକ ଟେଷ୍ଟ ଓ୍ୱିକେଟ ହାସଲ କରିବାରେ ତୃତୀୟ ସ୍ଥାନରେ ଅଛନ୍ତି ଅନୀଲ କୁମ୍ୱଲେ। ସେ ୧୦ଟି ଟେଷ୍ଟ ଖେଳି ୩୬ ଓ୍ୱିକେଟ ନେଇଛନ୍ତି। ବିଶନ ସିଂହ ବେଦୀ ୩୫ ଓ୍ୱିକେଟ ସହ ଚତୁର୍ଥ ଓ ଜାହିର ଖାନ ଇଂଲଣ୍ଡ ମାଟିରେ ୩୧ ଓ୍ୱିକେଟ ହାସଲ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: