ଆଉ କେହି ବୁଡ଼ି ମରିବେ ନାହିଁ!, ଯୋଗ ଦିବସରେ ନିଆରା ବାର୍ତ୍ତା

ଆଉ କେହି ବୁଡ଼ି ମରିବେ ନାହିଁ!, ଯୋଗ ଦିବସରେ ନିଆରା ବାର୍ତ୍ତା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏଣିକି ଆଉ କେହି ବୁଡ଼ି ମରିବେ ନାହିଁ। ଜଳ ଯୋଗାଣ ଗୁରୁ ଅଶୋକ ବରାଳ ଏଭଳି କହିଛନ୍ତି। ବିଶ୍ୱ ଯୋଗ ଦିବସ ପାଳନ ଅବସରରେ ସେ କହିଛନ୍ତି, ମଣିଷ ଶରୀର ଗଠନ ଭାସିବା ପାଇଁ, ବୁଡ଼ିବା ପାଇଁ ନୁହେଁ। ମଣିଷ ଏହା ଜାଣି ନଥିବାରୁ ପାଣିରେ ବୁଡ଼ି ପ୍ରାଣ ହରାଇଥାଏ। ଯଦି ବା ଏହି କଥା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ତେବେ ଏହା ସତ୍ୟ ବୋଲି ସେ କହିଛନ୍ତି। ସେ ଏହା ନିଜ ମନରୁ କିମ୍ବା ଖାଲି ଅନୁଭବରୁ କହୁ ନାହାନ୍ତି। ମଣିଷ ଶରୀର ଭାସିବା ପଛରେ ବିଜ୍ଞାନ ସମ୍ମତ କାରଣ ରହିଛି ବୋଲି କହିଛନ୍ତି।

ବୈଜ୍ଞାନିକ ଆର୍କମେଡିସ୍ ଙ୍କ ନିୟମ ଅନୁସାରେ ପାଣିରେ ପଡୁଥିବା ବସ୍ତୁର ଓଜନ ଅପସାରିତ ଜଳର ଓଜନ ଠାରୁ କମ୍ ହେଲେ ବସ୍ତୁଟି ପାଣିରେ ଭାସିଥାଏ। ଯେଉଁ ନିୟମ ଅନୁସାରେ ଲୁହାରେ ତିଆରି ପାଣି ଜାହାଜ ପାଣିରେ ଭାସି ଥାଏ। ସେ ଦୃଢ଼ତାର ସହ କହିଛନ୍ତି ଯେ, ମଣିଷ ପାଣିରେ ପଡ଼ିଲେ ଯେତିକି ଜଳ ଅପସାରଣ କରିଥାଏ ତାହାର ଓଜନ ମଣିଷର ଓଜନ ଠାରୁ ଅଧିକ। ଏହା ତାଙ୍କର ଉଦ୍ଭାବନା ବୋଲି ସେ ଦାବି କରିଛନ୍ତି।
ବିଶ୍ବରେ ପ୍ରତିଦିନ ପ୍ରାୟ ଏକ ହଜାର ଲୋକ ପାଣିରେ ବୁଡ଼ି ପ୍ରାଣ ହରାଉଛନ୍ତି। ପ୍ରତି ଘଣ୍ଟାରେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ହେଉଛି। ବର୍ଷକୁ ପ୍ରାୟ ୩ ଲକ୍ଷ ୫୦ ହଜାର ଲୋକ ପାଣିରେ ବୁଡି ପ୍ରାଣ ହରାଉଛନ୍ତି। ଯଦି ଆମ ଦେଶର କଥା ଦେଖିବା, ତେବେ ଭାରତରେ ପ୍ରତିଦିନ ପ୍ରାୟ ୮୦ ଜଣଙ୍କ ପାଣିରେ ବୁଡି ମୃତ୍ୟୁ ହେଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: