ପୁନଃ ମତଦାନ ଶେଷ

ପୁନଃ ମତଦାନ ଶେଷ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅନେକ ସ୍ଥାନରେ ଆଜି ପଞ୍ଚାୟତ ନିର୍ବାଚନରେ ପୁନଃ ମତଦାନ ହେଉଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍‌ରେ ଆଜି ପୁନଃ ମତଦାନ ଚାଲିଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ବନ୍ଦ ହୋଇଥିବା ୨୫ଟି ବୁଥ୍ ରହିଛି। ସବୁଠାରୁ ଅଧିକ ଯାଜପୁର ଜିଲ୍ଲାର ୧୧ଟି ବୁଥ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ଓ ଭଦ୍ରକରେ ୫ଟି ଲେଖାଏ ବୁଥ୍, ଢେଙ୍କାନାଳରେ ୪ଟି ବୁଥ୍‌ରେ ରି-ପୋଲ୍‌ ହେଉଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଭ୍ରାଟ ଘଟିଥିବା ୨୪ଟି ବୁଥ୍‌ରେ ଆଜି ପୁନଃ ମତଦାନ ଚାଲିଛି। ଯାଜପୁର ଜିଲ୍ଲାର ସର୍ବାଧିକ ୧୩ଟି, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ୩ଟି ଲେଖାଏ ସହ ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ବଲାଙ୍ଗିର ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ ଲେଖାଏ ବୁଥ୍‌ରେ ପୁନଃ ମତଦାନ ଚାଲିଛି। ଉଭୟ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବନ୍ଦ ଥିବା ଯାଜପୁର ଜିଲ୍ଲାର ସର୍ବାଧିକ ୨୪ଟି ବୁଥ୍‌ରେ ଆଜି ପୁନଃ ମତଦାନ ଚାଲିଛି। ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ରେ ଶେଷ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: