କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ଯା

କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ଯା

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ଯା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ୮୩ ଜଣ ୧୮ ବର୍ଷ ମଧ୍ୟରେ ରହିଥିବାବେଳେ ସଙ୍ଗରୋଧରୁ ୧୯୬ ଓ ସ୍ଥାନୀୟ ସଂକ୍ରମଣରେ ୧୪୬ ଜଣ ରହିଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୩୯ ଜଣ, ଖୋର୍ଦ୍ଧାରୁ ୩୨, ସମ୍ବଲପୁରରୁ ୨୪, ରାୟଗଡ଼ାରୁ ୧୪, ମୟୁରଭଞ୍ଜରୁ ୧୪, କେନ୍ଦ୍ରାପଡ଼ାରୁ ୧୬, ଯାଜପୁରରୁ ୨୦ , ଗଜପତିରୁ ୨୯, କଟକରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି | ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୨ ଲକ୍ଷ ୮୩ ହଜାର ୬୩୯ରେ ପହଂଚିଥିବାବେଳେ ଏଥିରୁ ୧୨ ଲକ୍ଷ ୭୦ ହଜାର ୨୨୧ ଜଣ ସୁସ୍ଥ ହୋଇଛନ୍ତି |

0 Comments

Leave Your Comment

Your email address will not be published. Required fields are marked *

%d bloggers like this: