ଆସନ୍ତାକାଲି ନୂଆ ରଙ୍ଗ- ରୂପରେ ଖୋଲିବ ରାଜଧାନୀର ‘ଏକାମ୍ର ହାଟ’

ଆସନ୍ତାକାଲି ନୂଆ ରଙ୍ଗ- ରୂପରେ ଖୋଲିବ ରାଜଧାନୀର ‘ଏକାମ୍ର ହାଟ’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ବହୁଦିନ ହେବ ଅବହେଳିତ ହୋଇ ପଡ଼ିଥିବା ‘ଏକାମ୍ର ହାଟ’ କାଲି ନୂଆ ରୂପରେ ଖୋଲିବ। ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ଅବସରରେ ନୂଆ ରୂପରେ ଖୋଲିବ କଳା ଓ କାରିଗରଙ୍କ ହାଟ ତଥା ‘ଏକାମ୍ର ହାଟ’। ‘ଇଡ଼କୋ’ ହାତରୁ ‘ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ’କୁ ଯାଇଥିବା ‘ଏକାମ୍ର ହାଟ’ର ପରିଚାଳନା କରିବ ଏସଆଇଡିଏସି। ଏଥିରେ ବିଭିନ୍ନ ହସ୍ତକଳା ଷ୍ଟଲ୍, ଫୁଡ୍ କୋର୍ଟ, ରଙ୍ଗମଞ୍ଚ, ପ୍ରଦର୍ଶନୀ ସେଡ୍, ସମ୍ମିଳନୀ ହଲ୍ ଏବଂ ପରିଦର୍ଶକଙ୍କ ସୁବିଧା ବ୍ୟବସ୍ଥାକୁ ନୂଆ ରୂପ ଦିଆଯାଇଛି। ହାଟରେ ୩୩ଟି ପ୍ରଦର୍ଶନୀ ସେଡ୍ ସହିତ ମୋଟ ୬୦ଟି ଷ୍ଟଲ୍ ନିର୍ମାଣ କରାଯାଇଛି। ହ୍ୟାଣ୍ଡଲୁମ୍ ଉତ୍ପାଦ ପାଇଁ ପ୍ରାୟ ୧୪ଟି ଷ୍ଟଲ୍, ହସ୍ତତନ୍ତ ସାମଗ୍ରୀ ପାଇଁ ୨୮ଟି ଷ୍ଟଲ୍ ରହିଛି। ତେବେ ଆଗରୁ କଳା ଓ କାରିଗରଙ୍କ ବିକାଶ ପାଇଁ ତିଆରି ହୋଇଥିବା ଏହି ସ୍ଥାନଟି କେବଳ ଲୋକଙ୍କ ଭୋଜନାଳୟ ହୋଇ ରହି ଯାଇଥିଲା। ଏବେ ଏହାର ନବକଳବର କରାଯାଇଛି। ଏହା ଓଡ଼ିଶାର କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇ ପାରିବ ବୋଲି ଆଶା କରାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: