ରାଜଧାନୀରେ ମହିଳାଙ୍କ ଅଜବ କାଣ୍ଡ, ସ୍ୱାମୀ- ପୁଅଙ୍କୁ ଛୁରୀ ମାରି କଲେ ଲହୁଲୁହାଣ

ରାଜଧାନୀରେ ମହିଳାଙ୍କ ଅଜବ କାଣ୍ଡ, ସ୍ୱାମୀ- ପୁଅଙ୍କୁ ଛୁରୀ ମାରି କଲେ ଲହୁଲୁହାଣ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ସବୁ ସମ୍ପର୍କକୁ ପଛରେ ପକେଇ ଜଣେ ସ୍ତ୍ରୀ ପାଲଟି ଗଲା ରକ୍ଷାସୁଣି। ନିଜ ହାତରେ ନିଜ ସଂସାର ଉଜଡ଼ିବାକୁ ପଛେଇଲେ ନାହିଁ ମହିଳା। ସ୍ୱାମୀ- ପୁଅଙ୍କୁ ମାଡ଼ମାରି ଲହୁଲୁହାଣ କରିଲେ ମହିଳା। ସ୍ତ୍ରୀ ଠାରୁ ମାଡ଼ ଖାଇବା ପରେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ସ୍ବାମୀଙ୍କୁ ଛୁରୀରେ ସ୍ତ୍ରୀ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ସ୍ତ୍ରୀ ଙ୍କ ସୁଧ କାରବାରକୁ ବିରୋଧ କରିବାରୁ ସ୍ୱାମୀ ଙ୍କୁ ଚାପୁଡ଼ା ସହ ଛୁରା ମାଡ଼ କରିଛି ସ୍ତ୍ରୀ। ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ସ୍ବାମୀ ଓ ପୁଅ। ସ୍ୱାମୀ ଏବେ ଗୁରୁତର ଅଛନ୍ତି, ପୁଅକୁ ମଧ୍ୟ ଛାଡ଼ି ନାହାନ୍ତି ମହିଳା। ପୁଅର ମୋବାଇଲ ରେ ଘଟଣାର ରେକର୍ଡ ହୋଇଥିବା ବେଳେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ ମହିଳା ଜଣକ ଲକ୍ଷାଧିକ ଟଙ୍କା ସୁଧ କାରବାର କରନ୍ତି ଓ ବେଳେବେଳେ ମାରପିଟ ଗଣ୍ଡଗୋଳ ମଧ୍ୟ କରିଥାନ୍ତି। ଏହାକୁ ତାଙ୍କ ସ୍ୱାମୀ ଓ ପୁଅ ବିରୋଧ କରିଥିଲେ। ହେଲେ ମହିଳା ଜଣକ ବୁଝିବା ବଦଳରେ ପୁଅକୁ ପିଟିବା ଆରମ୍ଭ କରିଥିଲେ। ପୁଅ ମାଡ଼ ଖାଇବାର ଦେଖି ସ୍ୱାମୀ ପତ୍ନୀଙ୍କୁ ଅଟକାଇବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ମହିଳା। ଉଭୟ ବାପ ପୁଅ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: