ଭାଇରସ ଭୟ! ପାର୍ଟନରଙ୍କ ପାଖକୁ ଯିବାକୁ ଡରୁଛନ୍ତି କି? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଭାଇରସ ଭୟ! ପାର୍ଟନରଙ୍କ ପାଖକୁ ଯିବାକୁ ଡରୁଛନ୍ତି କି? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ଭାଇରସକୁ ନେଇ ଏବେ ସମସ୍ତେ ଚିନ୍ତାରେ। ଏହାର ପ୍ରଭାବ ଏବେ ସମ୍ପର୍କରେ ବି ପଡ଼ିଛି । ପାର୍ଟନରଙ୍କ ସହ ଅନ୍ତରଙ୍ଗ ସମୟ ବିତାଇବାକୁ ଇଚ୍ଛା ଥିଲେ ବି ମନରେ କୋରୋନା ଭାଇରସର ଡର ଘର କରୁଛି। ମନରେ ଡର ଘର କରି କରିସାରିଥିବା ବ୍ୟକ୍ତିମାନେ ଏହା ଭାବନ୍ତି ଯେ, ସାଧାରଣ ଅସାବଧାନତା କାରଣରୁ ସଂକ୍ରମଣ କବଳରେ ଆସିଯିବେନି ?

କୋରୋନା ଭାଇରସରେ ଯେ କେହି ବି ସଂକ୍ରମଣ ହୋଇପାରିବେ। ଏମିତିରେ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଯେ, ଲଭ୍ ମେକିଂ ସମୟରେ ସଂକ୍ରମଣର ବିପଦ ନାହିଁ ତ? ଅବଶ୍ୟ ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, କୋରୋନା ଭାଇରସ ଏକ ସେକ୍ସୁଆଲ ଟ୍ରାନ୍ସମିଟେଜ ଇନଫେକ୍ସନ ନୁହେଁ। ବିଶେଷଜ୍ଞଙ୍କ କହିବା କଥା, ଯଦି ଆପଣ ଏକାଠି ଦୀର୍ଘ ସମୟ ଧରି ରହୁଛନ୍ତି ଅବା ଏମିତି ଏକ ମାହୋଲରେ ରହିଛନ୍ତି ଯେଉଁଠି କୌଣସି ବିପଦ ନାହିଁ ତେବେ ଆପଣ ଅଯଥାରେ ଏଥିପ୍ରତି ଭୟଭୀତ ହେବାର କୌଣସି କାରଣ ନାହିଁ। ଆଉ ରହିଲା କଥା ଭାଇରସର ତେବେ ଯଦି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ଜଣକୁ ଯଦି କୋରୋନା ଲକ୍ଷଣ ଥିବ ଜଣାଯାଏ ତେବେ ଏହା ନିହାତି ଭାବେ ଏକ ବିପଦପୂର୍ଣ୍ଣ । କାହିଁକିନା ଏମତି ସମୟରେ ଜଣଙ୍କ ଠାରୁ ଅନ୍ୟଜଣଙ୍କୁ କୋରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ସବୁଠୁ ଅଧିକ ରହିଥାଏ । ଏମିତି ଯଦି ହୁଏ ତେବେ ଆପଣ ସେଲ୍ଫ ଆଇସୋଲେସନରେ ରହିବା ବୁଦ୍ଧିମାନର କଥା ହେବ ।

ବିଶେଷଜ୍ଞଙ୍କ କହିବା କଥା କି ଆପଣ ଏକାଠି ରହୁଥିଲେ ମଧ୍ୟ କୋରୋନା ଲକ୍ଷଣ ଦେଖାଗଲେ ଅତି କମ୍ ରେ ଦୁଇ ଫୁଟର ଦୂରତା ପରସ୍ପର ମଧ୍ୟରେ ରଖନ୍ତୁ । ଯଦି କାହାରି ଜଣଙ୍କୁ ଯଦି ସାମାନ୍ୟତମ କୋରୋନା ଲକ୍ଷଣ ଥାଏ ତେବେ ଏହା ଅନ୍ୟଜଣଙ୍କୁ ସଂକ୍ରମିତ କରିବ ଏଥିରେ ଦ୍ୱିମତ ନାହିଁ। ବିଶେଷଜ୍ଞମାନେ ଏହା ବି କୁହନ୍ତି ଯେ, କୋରୋନା ମହାମାରୀ ସମୟରେ ନୂଆ ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖିବାର ଅର୍ଥ ବିପଦକୁ ଟାଣି ଆଣିବା। କାହିଁକିନା ଏହି ସାରା ବିଶ୍ୱରେ ଯେଉଁଭଳି ଭାବରେ କରୋନା ନିଜ କାୟା ବିସ୍ତାର କରି କରି ଚାଲିଛି ଏବଂ ପିକ୍ ସମୟରେ ରହିଛି ଏଭଳି ସ୍ଥିତିରେ ଅଜଣା ତଥା ନୂଆ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଠିକ୍ ନୁହେ। କାରଣ ସଂକ୍ରମଣ ହେବାର ସମ୍ଭାବନା ସବୁଠୁ ଅଧିକ ରହିଥାଏ। କାହିଁକିନା ଏବେ ଏମିତି ଅନେକ କୋଭିଡ୍ ମାମଲା ସାମ୍ନାକୁ ଆସୁଛି ଯେଉଁଥିରେ ଲକ୍ଷଣ ବିହୀନ ଲୋକମାନେ କୋରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଣୁ ପାର୍ଟନର ଚୟନ କରିବା ପୂର୍ବରୁ ସାବଧାନତା ଗ୍ରହଣ କରିବା ଆବଶ୍ୟକ। କାହିଁକିନା ଏହା ଆପଣଙ୍କ ଠାରୁ ଅନ୍ୟଜଣଙ୍କୁ ବ୍ୟାପିବାର ସମ୍ଭାନା ଅଧିକ ରଖେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: