ନୱାଜ ସରିଫଙ୍କୁ ପଳାତକ ଘୋଷଣା କଲା ପାକିସ୍ତାନ

ନୱାଜ ସରିଫଙ୍କୁ ପଳାତକ ଘୋଷଣା କଲା ପାକିସ୍ତାନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ପଳାତକ ଘୋଷଣା କରିଛି ପାକିସ୍ତାନ। ଏହାସହ ତାଙ୍କର ପ୍ରତ୍ୟର୍ପଣ ପାଇଁ ବ୍ରିଟିଶ୍ ସରକାରଙ୍କ ସହ ପାକିସ୍ତାନ ଯୋଗାଯୋଗ କରିଛି। ବର୍ତ୍ତମାନ ସରିଫ ଚିକିତ୍ସା ପାଇଁ ଲଣ୍ଡନରେ ଅଛନ୍ତି। ଏକ ଦୁର୍ନୀତି ମାମଲାରେ ପାକିସ୍ତାନ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସରିଫ ପାକିସ୍ତାନ ଆସିବାକୁ ଅସମର୍ଥ ବୋଲି ଗତ ସପ୍ତାହରେ ଲାହୋରର ଏକ ଅଦାଲତକୁ କହିଥିଲେ। କୋରୋନା ଯୋଗୁ ତାଙ୍କୁ ଚିକିତ୍ସକମାନେ ତାଙ୍କୁ ପାକିସ୍ତାନ ଯିବାକୁ ମନା କରିଛନ୍ତି ବୋଲି ସେ କହିଥିଲେ।
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଶହଜାଦ ଅକବର କହିଛନ୍ତି, ମେଡିକାଲ ଆଧାରରେ ସରିଫଙ୍କ ଚାରି ସପ୍ତାହ ଜାମିନ ଅବଧି ଗତବର୍ଷ ଡିସେମ୍ୱର ମାସରୁ ଶେଷ ହୋଇଛି। ସରକାର ତାଙ୍କୁ ପଳାତକ ଘୋଷଣା କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: