୨୦୩୦ ସୁଦ୍ଧା ଦେଶରେ ମାରି ଦିଆଯିବ ୬୮ ଲକ୍ଷ କନ୍ୟା: ରିପୋର୍ଟ

୨୦୩୦ ସୁଦ୍ଧା ଦେଶରେ ମାରି ଦିଆଯିବ ୬୮ ଲକ୍ଷ କନ୍ୟା: ରିପୋର୍ଟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନୂଆ ଭାରତରେ ବଦଳି ପାରିନି ମଣିଷର ମାନସିକତା। ଯେଉଁଠି ଆତ୍ମନିର୍ଭରଶୀଳ ହେବାକୁ ଅହରହ ଉଦ୍ୟମ କରାଯାଉଛି, ଯେଉଁଠି ନୂଆଶିକ୍ଷା ନୀତି ଜରିଆରେ ଯୁବପିଢ଼ିଙ୍କୁ ଉଚ୍ଚ ଶିକ୍ଷିତ କରିବାକୁ ପ୍ରାଣପଣେ ଚେଷ୍ଟା କରାଯାଉଛି, ସେଠାରେ ମଣିଷର ଚିନ୍ତାଧାରାରେ କିନ୍ତୁ ପରିବର୍ତ୍ତନ ହୋଇପାରିନି। ଏହା ଆମେ ଏଥିପାଇଁ କହୁଛୁ, କାରଣ ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୭ରୁ ୨୦୩୦ ମଧ୍ୟରେ ଭାରତରେ ୬୮ ଲକ୍ଷ କମ୍ କନ୍ୟା ଜନ୍ମ ନେବେ। ସାଉଦି ଆରବର କିଙ୍ଗ୍ ଅବଦୁଲ୍ଲା ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଏକ ଆକଳନ ରିପୋର୍ଟ ଏଭଳି ପ୍ରକାଶ କରିଛି। ଏହା ପଛର କାରଣ ଆହୁରି ଆଶ୍ଚର୍ଯ୍ୟଚକିତ କରିବ। ଲିଙ୍ଗ ଜାଣିବା ପରେ ମହିଳାମାନେ ନିଜର ଗର୍ଭପାତ କରାଇ ନେଉଛନ୍ତି।


‘ଦି ଗାର୍ଡିଆନ୍’ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ୨୦୧୭ରୁ ୨୦୩୦ ମଧ୍ୟରେ କେବଳ ଉତ୍ତର ପ୍ରଦେଶରେ ୨୦ ଲକ୍ଷ କମ୍ ଶିଶୁ କନ୍ୟା ଜନ୍ମ ନେବେ। ଜନସଂଖ୍ୟା ମଧ୍ୟରୁ ପ୍ରଜନନ ଅନୁପାତ ଏବଂ ଲୋକଙ୍କ ପୁଅ କିମ୍ୱା ଝିଅ ଜନ୍ମ କରିବାର ଇଚ୍ଛାକୁ ଆଧାର କରି ଏହି ଗବେଷଣା କରାଯାଇଛି। ଭାରତର ୨୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ନେଇ ଏହି ଗବେଷଣା ହୋଇଛି। ତନ୍ମଧ୍ୟରୁ ଦେଶର ଉତ୍ତର ଭାଗରେ ଥିବା ୧୭ଟି ରାଜ୍ୟକୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ଏହି ସବୁ ରାଜ୍ୟରେ ପୁଅ ଜନ୍ମ କରିବାର ଇଚ୍ଛା ଅଧିକ। ଏହି ରିପୋର୍ଟ ଗତ ସପ୍ତାହରେ ପ୍ଲସ୍ ୱାନ୍ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ସେହିପରି ଲିଙ୍ଗଗତ ସମାନତା ପାଇଁ ଭାରତରେ ଆଇନକୁ କଡ଼ାକଡ଼ି କରିବା ଜରୁରୀ ବୋଲି ଦର୍ଶାଯାଇଛି।
୧୯୯୪ ମସିହାରେ ଭାରତରେ ଗର୍ଭରେ ଥିବା ଶିଶୁର ଲିଙ୍ଗ ନିର୍ଣ୍ଣୟ କରିବା ଅବୈଧ ବୋଲି ଘୋଷଣା କରାଯାଇଥିଲା। ଏ ସମ୍ପର୍କୀତ ଆଇନ ବି ପ୍ରଣୟନ କରାଯାଇଥିଲା। ଭାରତରେ ବର୍ତ୍ତମାନ ପ୍ରତି ହଜାରେ ପୁରୁଷରେ ୯ଶହରୁ ୯୩୦ ମହିଳା ଅଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: