୨୦୧୬ ପରେ ୪ ଜଣଙ୍କ ନାଁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ ପାଇଁ ମନୋନୀତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କ୍ରୀଡା କ୍ଷେତ୍ରର ସର୍ବଶେଷ୍ଠ ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ ନେଇ ଦେଶର ଚାରି ଜଣ ଖେଳାଳିଙ୍କ ନାମ ସୁପାରିସ ହୋଇଛି। ପୁରସ୍କାର ଚୟନ କମିଟି କ୍ରିକେଟର ରୋହିତ ଶର୍ମା, ଟେବୁଲ ଟେନିସ ଖେଳାଳି ମୋନିକା ବାତ୍ରା, ରେସଲର ବିନେଶ ଫୋଗଟ, ପାରା ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ବିଜେତା ମରିପ୍ପନ ଥାଙ୍ଗଭେଲୁଙ୍କ ନାଁ ରହିଛି। ତେବେ ଏବର୍ଷ ଏକା ସାଙ୍ଗରେ ୪ ଜଣଙ୍କୁ କ୍ରୀଡ଼ା ଜଗତର ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ। ୨୦୧୬ ମସିହା ପରେ ଚଳିତ ବର୍ଷ ଚାରିଜଣଙ୍କ ନାଁ ସୁପାରିସ କରାଯାଇଛି।

Leave a Reply

Your email address will not be published. Required fields are marked *