ଭାଇରାଲ ଖବର: ସିଏମ୍ ଙ୍କ ସିଟ୍ ଉପରେ ଏହି ସାଂସଦଙ୍କ ଆଖି !

ଭାଇରାଲ ଖବର: ସିଏମ୍ ଙ୍କ ସିଟ୍ ଉପରେ ଏହି ସାଂସଦଙ୍କ ଆଖି !

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତି । ଏକଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି କଥାରେ କେତେ ସତ୍ୟତା ରହିଛି ତାହା ଜାଣିବା ପାଇଁ ଆମେ ଦୀର୍ଘ ସମୟ ଧରି ରିସର୍ଚ୍ଚ କରିଥିଲୁ ଆଉ ଯାହା ପାଇଲୁ ତାହା ଏଠାରେ ଉପସ୍ଥାପନା କରୁଛୁ ।

ଫେସବୁକରେ ଅନୁଭବ ମହାନ୍ତି ସିଏମ୍ ଫର ଓଡ଼ିଶା ନାମକ ଏକ ପେଜ୍ ରହିଛି । ଏହି ପେଜର କଭର ଇମେଜରେ ସାଂସଦ ଅନୁଭବ ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦେଖାଯାଉଛନ୍ତି । ତେବେ ଗୋଟିଏ ଫେସବୁକ ପେଜର ଏମିତି ନାମକରଣ ହେବା ଏବଂ ସାଂସଦଙ୍କ ହଜାର ହଜାର ସମର୍ଥକ ଏଥିରେ ଯୋଡ଼ି ହେବାକୁ ନେଇ ସମାଲୋଚକମାନେ ପ୍ରଶ୍ନ ଉଠାଇଛନ୍ତି । ସାଂସଦ କୁଆଡ଼େ ମୁଖ୍ୟମନ୍ତ୍ରୀଙ୍କ ଆସନ ଆଡକୁ ଅନୁଭବ କୁଆଡ଼େ ଆଖି ପକାଇଲେଣି ବୋଲି ନିନ୍ଦୁକ କହୁଛନ୍ତି ।

ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଅଜବ ଗଜବ ହରକତ କରି  ସମାଲୋଚକଙ୍କ ଦୃଷ୍ଟିକୁ ଆସନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । କେବେ ନିଜର ବ୍ୟବହାରକୁ ନେଇ ନେଉ କିମ୍ବା କେବେ ଶିକ୍ଷାଗତ ଯୋଗ୍ୟତା ଅଥବା ବିବାଦୀୟ ଟ୍ୱିଟ୍ ଏବଂ ପିଲାଳିଆମି । ଏଥର ବି କିଛି ଟ୍ରୋଲରଙ୍କ ଶିକାର ହେଲେ ଅଭିନେତାରୁ ସାଂସଦ ବନିଥିବା ଅନୁଭବ ମହାନ୍ତି । ଅନୁଭବ ମହାନ୍ତି ବର୍ତ୍ତମାନ କେନ୍ଦ୍ରାପଡ଼ାରୁ ଶାସକ ବିଜେଡିର ସାଂସଦ ଭାବେ ପ୍ରତିନିଧିତ୍ୱ କରୁଛନ୍ତି । ଦଳରେ ତାଙ୍କୁ ନେଇ କଣ ଓ କେତେ ସହଯୋଗ ଓ ସମର୍ଥନ ଅଛି ତାହା କେବେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇନି । ହୁଏତ ଏଥିପ୍ରତି କେହି ଧ୍ୟାନ ମଧ୍ୟ ଦେଇନାହାନ୍ତି ।

ଅନୁଭବ କିନ୍ତୁ ସବୁବେଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନି କାମ କରୁଥିବା ଏକ ଶୃଙ୍ଖଳିତ କର୍ମୀ ଭାବରେ କାମ କରୁଥିବା କହିଆସିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: