ଆଜି ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ, ଆସିପାରନ୍ତି ଅବୁଝା ପୁଅ

ଆଜି ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ, ଆସିପାରନ୍ତି ଅବୁଝା ପୁଅ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ରାଜସ୍ଥାନରେ ସରିନି ନାଟକ। ନିଜ ହାତରେ ସଂଖ୍ୟା ଗରିଷ୍ଠତା ଥିବାନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଛାତି ପିଟୁଥିବାବେଳେ ଆସନ୍ତାକାଲି ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ। ହୋଟେଲ ଫେୟରମାଉଣ୍ଟରେ ସକାଳ ୧୦ଟାରେ ବୈଠକ ବସିବ। ଦଳୀୟ ବିବାଦର ସମାଧାନ ନେଇ ଆଲୋଚନା କରାଯିବ। ସଚିନ ପାଇଲଟ ଏବଂ ସୋମବାର ଉପସ୍ଥିତ ନ ଥିବା ବିଧାୟକଙ୍କ ପାଇଁ ଏହା ଏକ ସୁଯୋଗ ବୋଲି ଦଳର ଜଣେ ବିଧାୟକ କହିଛନ୍ତି। ଯାହା ବି ବିବାଦ ରହିଛି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବିଧାୟକମାନେ ସମସ୍ତେ ମିଶି ସମାଧାନ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସଚିନ ପାଇଲଟଙ୍କ ଉପସ୍ଥିତି ନେଇ ପରୋକ୍ଷରେ ରଣଦୀପ ସୁରଜେୱାଲ ଇସାରା କରିଛନ୍ତି। ବୈଠକରେ ସଚିନ ପାଇଲଟ ମଧ୍ୟ ଉପସ୍ଥିତ ରହିପାରନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: