ଆଜି ଭାରତ-ଚୀନ ସେନାସ୍ତରୀୟ ଆଲୋଚନା

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ମଙ୍ଗଳବାର ଦିନ ଭାରତ-ଚାଇନା ସେନାସ୍ତରୀୟ ଆଲୋଚନା ହେବ । ଦୁଇ ଦେଶର ବରିଷ୍ଠ ସେନା କମାଣ୍ଡର ପୂର୍ବ ଲଦ୍ଦାଖର ଚୁସୁଲଠାରେ ଆଲୋଚନା କରିବେ। ଭାରତ ଓ ଚୀନ ସୀମାକୁ ନେଇ ହୋଇଥିବା ବିବାଦ ବିଷୟରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ। ମୁଖ୍ୟତଃ ଦେପସାଙ୍ଗ୍ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ। ତେବେ ଏହି ଅଞ୍ଚଳରୁ ଉଭୟ ଦେଶ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସରଞ୍ଜାମ ପ୍ରତ୍ୟାହାର କରିବା ମଧ୍ୟ ଆଲୋଚନାର ପ୍ରସଙ୍ଗ ରହିବ।

ଗତ ୩୦ ତାରିଖରେ ଲିଉଟନାଣ୍ଟ ଜେନେରାଲ ହରିନ୍ଦର ସିଂ, ଲେହ-14 କର୍ପସ୍ କମାଣ୍ଡର ଏବଂ ମେଜର ଜେନେରାଲ ଲିଉ ଲିନ୍, ଦକ୍ଷିଣ ଜିନଜିଆଙ୍ଗ୍ ମିଲିଟାରୀ ରିଜିୟନର କମାଣ୍ଡରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାପରେ ଚାଇନିଜ ସେନା LACରୁ ପଛକୁ ପଳାଇଥିଲେ। ଏହାପରେ ବଫର ଜୋନରେ ପାଟ୍ରୋଲିଂକୁ ନେଇ ଦୁଇ ଦେଶର ସେନା ଉପରେ କଟକଣା ଲାଗିଥିଲା।

Leave a Reply

Your email address will not be published. Required fields are marked *