ବଢ଼ୁଛି ଲାଉଡସ୍ପିକର ବିବାଦ, ରାଜ ଠାକରେ କହିଲେ…

ବଢ଼ୁଛି ଲାଉଡସ୍ପିକର ବିବାଦ, ରାଜ ଠାକରେ କହିଲେ…

ପ୍ରିଜମ ନ୍ୟୁଜ ବ୍ୟୁରୋ: ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ମଙ୍ଗଳବାର ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମେ ୪ ପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି । ମହାରାଷ୍ଟ୍ର ପୋଲିସକୁ ବେଖାତିର କରି ସେ କାର୍ଯ୍ୟକର୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି ମେ ୪ରେ ମସଜିଦଗୁଡିକରୁ ଲାଉଡସ୍ପିକର ନ ହଟିବ ତାହାହେଲେ ତୁମେମାନେ ୨ଗୁଣ ଅଧିକ ଶବ୍ଦରେ ହନୁମାନ ଚାଳିଶା ପାଠ କରିବ । ରାଜଙ୍କ ଚେତାବନୀ ପରେ ମୁମ୍ବାଇ ସମେତ ରାଜ୍ୟର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି ।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୋଲିସଙ୍କୁ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ କୌଣସି ନିର୍ଦ୍ଦେଶର ଅପେକ୍ଷା ନ କରିବା ପାଇଁ କହିଛନ୍ତି । ଏମଏନଏସର କର୍ମକର୍ତାଙ୍କୁ ଇତି ମଧ୍ୟରେ ପୋଲିସ ଅଟକ ରଖିବା ଆରମ୍ଭ କରିଛି ।ମସଜିଦ ସାମ୍ନାରେ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ଏର ମୁଖ୍ୟ ରାମଦାସ ଅଠାୱାଲେ ମସଜିଦ ସାମ୍ନାରେ ତାଙ୍କ କାର୍ଯ୍ୟକର୍ତାଙ୍କୁ ନିୟୋଜିତ କରିଛନ୍ତି । ଯଦି କିଏ ଜୋର ଜବରଦସ୍ତ ସ୍ପିକର ହଟାଇବାକୁ ଚେଷ୍ଟା କରନ୍ତି ତାହାହେଲେ ସେମାନଙ୍କୁ ରୋକାଯିବ ବୋଲି ସେ କହିଛନ୍ତି । ପୋଲିସ ସିଆରପିସି ୧୪୪ ଧାରା ଅନୁସାରେ ୪୬୫ ଲୋକଙ୍କୁ ମୁମ୍ବାଇ ବାହରକୁ ପଠାଇ ଦେଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: