ମହିଳା ଟି୨୦ କାର୍ଯ୍ଯସୂଚୀ ଘୋଷିତ

ମହିଳା ଟି୨୦ କାର୍ଯ୍ଯସୂଚୀ ଘୋଷିତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଇପିଏଲ ୧୫ତମ ସିଜନର ପ୍ଲେ ଅଫ ମୁକାବିଲା ଏଥର ଅହମ୍ମଦାବାଦ ଓ କୋଲକାତାରେ ଖେଳାଯିବ । ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ସେହିପରି ମହିଳା ଟି୨୦ ଚ୍ୟାଲେଞ୍ଜ ପୁଣେରେ ଆୟୋଜିତ ହେବ । ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏକ ସାକ୍ଷାତକାରରେ ଏ ନେଇ ସୂଚନା ଦେଇଛନ୍ତି । କୋଲକାତା ଇଡେନଗାର୍ଡେନରେ ମେ ୨୪ରେ କ୍ଲାଲିଫାୟର ୧ ଓ ୨୫ରେ ଏଲିମିନେଟର ମୁକାବିଲା ଆୟୋଜିତ ହେବ । ଏହି ସମସ୍ତ ମ୍ୟାଚକୁ ଷ୍ଟାଡିୟମରେ ଦର୍ଶକ ଉପଭୋଗ କରିପାରିବେ । ଅହମ୍ମଦାବାଦରେ ମେ ୨୭ରେ କ୍ୱାଲିଫାୟର ୨ ଓ ୨୯ରେ ଫାଇନାଲ ମ୍ୟାଚ ଖେଳାଯିବ ।ପୁଣେ ମହିଳା ଟି୨୦ର ଆୟୋଜକ ହେବ ।

ପୂର୍ବରୁ ଏହା ଲକ୍ଷ୍ନୌରେ ହେବ ବୋଲି ସ୍ଥିର ହୋଇଥିଲା । ମେ ୨୩, ୨୪ ଓ ୨୬ରେ ୩ଟି ଯାକ ମ୍ୟାଚ ଖେଳାଯିବା ପରେ ୨୮ରେ ଫାଇନାଲ ମ୍ୟାଚ ଖେଳାଯିବ । ସୂଚନାଯୋଗ୍ୟ, ମହିଳା ଚ୍ୟାଲେଞ୍ଜର୍ସରେ ଟ୍ରେଲବ୍ଲେଜର୍ସ, ସୁପରନୋଭାଜ ଓ ଭେଲୋସିଟି ନାମକ ୩ଟି ଟିମ ଖେଳୁଛନ୍ତି । ୨୦୧୮, ୨୦୧୯ରେ ସୁପରନୋଭାଜ ଟାଇଟଲ ଜିତିଥିବା ବେଳେ ୨୦୨୦ ଟ୍ରେଲବ୍ଲେଜର୍ସ ଚାମ୍ପିୟନ ହୋଇଥିଲା । ୨୦୨୧ରେ କରୋନା ମହାମାରୀ ଯୋଗୁ ଏହା ଆୟୋଜିତ ହୋଇ ନ ଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: