ବର୍ଷାଦିନିଆ ଫ୍ୟାଶନ

ବର୍ଷାଦିନିଆ ଫ୍ୟାଶନ

ପ୍ରିଜମ୍ ନ୍ୟଜ ବ୍ୟୁରୋ: ଆଗକୁ ଆସୁଛି ବର୍ଷାଦିନ। ଏହି ଦିନ ଫ୍ୟାଶନକୁ ନେଇ ଟିକେ ଅଧିକ ଚିନ୍ତିତ ଥାଆନ୍ତି ସମସ୍ତେ । ସମୟ ଅନୁସାରେ ଧିରେ ଧିରେ ଫ୍ୟାଶନ ମଧ୍ୟ ବଦଳିଲାଣି। ଖାସ୍ କରି ବର୍ଷାଦିନେ ସାବଧାନତାର ସହ ପୋଷାକ ଚୟନ କରିବାକୁ ପଡିଥାଏ । ଏହିଦିନରେ ପୋଷାକ ଶୁଖିବାରେ ଡେରି ସାଙ୍ଗକୁ କାଦୁଅ ଛିଟିକା ଭୟ ରହିଥାଏ। ବର୍ଷାଦିନେ କିପରି ପୋଷାକ ପିନ୍ଧିଲେ ଆପଣ ଷ୍ଟାଇଲିସ୍ ଲୁକ୍ ପାଇପାରିବେ ଆମେ ଜଣାଉଛୁ…
ଜର୍ଜେଟ ବା ସିଫନ ଶାଢୀ- ଜର୍ଜେଟ ନିର୍ମିତ ପୋଷାକର କ୍ରେଜ ସବୁ ସମୟରେ ରହିଥାଏ । ଏହି ଦିନେ ସିଫନ୍‌ର ଡ୍ରେସ ବର୍ଷାରେ ଭିଜିଲେ ମଧ୍ୟ କିଛି ସମୟ ପରେ ଶୁଖିଯାଏ କିନ୍ତୁ ଜର୍ଜେଟର କିଛି ଡ୍ରେସ ଅଧିକ ଭିଜିଗଲେ ଦେହରେ ଲାଗିଗଲା ଭଳି ଦେଖାଯାଏ । ସେଥିପାଇଁ ବର୍ଷାଦିନେ ଜର୍ଜେଟ ଡ୍ରେସ କିଣିଲା ବେଳେ ଭଲ ଭାବରେ ଦେଖି ଚୟନ କରନ୍ତୁ ।
କଟନ ପୋଷାକ- ବର୍ଷାଦିନେ ସୂତା ବା କଟନର ଡ୍ରେସ ପିନ୍ଧିପାରିବେ । ଏପରି ପୋଷାକ ପିନ୍ଧିବା ଦ୍ୱାରା ହାଲୁକା ବର୍ଷାରେ ଭିଜିଲେ ମଧ୍ୟ ଜଣାପଡେ ନାହିଁ ଓ ଓଦା ହେଲେ ବି ଚିଡଚିଡା ମଧ୍ୟ ଲାଗେ ନାହିଁ । କିନ୍ତୁ ଧ୍ୟାନ ରଖିବେ ଯେପରି ପୋଷାକ ଟାଇଟ୍ ଫିଟିଙ୍ଗ୍ ନ ହୋଇଥାଏ । ନଚେତ୍ ଆପଣଙ୍କୁ ଅସହଜ ଅନୁଭବ ହେବ । ତେବେ କଟନ ପୋଷାକ ସବୁ ଋତୁ ପାଇଁ ଫିଟ୍।
ନାଇଲନ୍ ଫେବ୍ରିକ୍‌- ବର୍ଷାଦିନେ ନାଇଲନ୍ ଫେବ୍ରିକ୍ ଡ୍ରେସ୍ ଆରାମ ଦାୟକ ହୋଇଥାଏ । ଏହା ବର୍ଷାରେ ଭିଜିଲେ ମଧ୍ୟ ବହୁତ ଶୀଘ୍ର ଶୁଖିଯାଇଥାଏ । ଖାସ୍ କରି ବର୍ଷା ଦିନେ ଏହି ଡ୍ରେସ୍‌ର ଅଧିକ କ୍ରେଜ ବଢିଥାଏ । କିନ୍ତୁ ଟାଇଟ୍ ଫିଟିଙ୍ଗ୍ ନ ପିନ୍ଧି ଟିକେ ଢିଲା ପୋଷାକ ପିନ୍ଧନ୍ତୁ ଫଳରେ ବର୍ଷାରେ ଭିଜିଲେ ମଧ୍ୟ ପୋଷାକ ଦେହରେ ଲାଗିଲା ଭଳି ଦେଖାଯାଏ ନାହିଁ ।
ସ୍କିନ୍ ଫିଟିଙ୍ଗ୍ ଡ୍ରେସ୍ – ଏହି ଦିନରେ ସ୍କିନ୍ ଫିଟିଙ୍ଗ୍ ଡ୍ରେସ୍ ବା ଟାଇଟ୍ ଫିଟିଙ୍ଗ୍ ଡ୍ରେସ୍ ଜମାରୁ ପିନ୍ଧନ୍ତୁ ନାହିଁ । ଏହା ଟିକେ ଭିଜିଲା ମାତ୍ରେ ଦେହରେ ଲାଗିଯିବ ଭଳି ଦେଖାଯାଏ । ଫଳରେ ଆପଣଙ୍କୁ ଅସହଜତା ଅନୁଭବ ହେବା ସହ ସର୍ଦ୍ଦି ହେବାର ମଧ୍ୟ ଆଶଙ୍କା ରହିଥାଏ ।
ସ୍କାର୍ଫ – ବର୍ଷାଦିନେ ଯାହା ବି ଡ୍ରେସ ପିନ୍ଧୁଛନ୍ତି, ତା ସହିତ ମ୍ୟାଚିଙ୍ଗ କଲର୍‌ର ସ୍କାର୍ଫ ବା ଓଢଣୀ ନିଜ ପାଖରେ ସବୁବେଳେ ରଖନ୍ତୁ । ଫଳରେ କେଶ ଓ କାନ ଓଦା ହେବାରୁ ରକ୍ଷାପାଇ ଯିବା ସହିତ ଅଧିକ ଭିଜିଗଲେ ମଧ୍ୟ ସ୍କାର୍ଫ ଶରୀରକୁ ଘୋଡାଇ ରଖିବାରେ ସାହାଯ୍ୟ କରିଥାଏ ।
ଫ୍ଲୋରାଲ୍ ପ୍ରିଣ୍ଟ:- ନାଇଲନ୍ ଫେବ୍ରିକ୍ ପରି ବର୍ଷାଦିନେ ଝିଅମାନଙ୍କ ଭିତରେ ଫ୍ଲୋରାଲ୍ ପ୍ରିଣ୍ଟର ଚାହିଦା ମଧ୍ୟ ଦେଖିବାକୁ ମିଳିଥାଏ । ଏହାର ରଙ୍ଗବେରଙ୍ଗୀ ପ୍ରିଣ୍ଟ ଓଦା ହେଲେ ବି ଶରୀରର କୌଣସି ଅଂଶ ଜଣାପଡେ ନାହିଁ । ଏହାସହ ଫ୍ଲୋରାଲ୍ ପ୍ରିଣ୍ଟ ପୋଷାକ ଆପଣଙ୍କୁ ଏକ ୟୁନିକ୍ ଲୁକ୍ ଦେଇଥାଏ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: